Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କୋଭିଡ୍‌ରୁ ମୁକ୍ତ ହେଲା ଛୋଟା ରାଜନ୍‌, ପୁଣି ଫେରିଲା ତିହାର

11/05/2021 at 8:58 PM

ନୂଆଦିଲ୍ଲୀ, ୧୧/୦୫: କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟାର ଛୋଟା ରାଜନ୍‌ ପୁଣି ତାର ପୁରୁଣା ସ୍ଥାନକୁ ଫେରିଛି । ଅର୍ଥାତ ସେ ରହୁଥିବା ତିହାର ଜେଲ୍‌କୁ ତାକୁ ପୁଣି ପଠାଇ ଦିଆଯାଇଛି ।  ଗ୍ୟାଙ୍ଗ୍‌ଷ୍ଟାର ରାଜନ୍‌ କୋଭିଡ୍‌ ଟେଷ୍ଟ ପରେ ପଜିଟିଭ୍‌ ହୋଇଥିଲା । ଏହି କାରଣରୁ ତାକୁ ଚିକିତ୍ସା ପାଇଁ ଏମ୍ସ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।  

ସୂଚନା ଅନୁସାରେ, ରାଜନ୍‌ ତିହାର ଜେଲ୍‌ରେ ଥିବା ସମୟରେ ଏପ୍ରିଲ୍‌ ୨୨ ତାରିଖରେ କରୋନାରେ ସଂକ୍ରିମିତ ହୋଇଥିବା ଜଣାପଡ଼ିଥିଲା । ପରେ ଏପ୍ରିଲ୍‌ ୨୪ ତାରିଖରେ ତାକୁ All India Institute of Medical Sciences (AIIMS)  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏବେ ସେ କରୋନା ମୁକ୍ତ ହୋଇଥିବା ଡାକ୍ତର କହିଛନ୍ତି । ଜଣେ ଉପରିସ୍ଥ ପୋଲିସ୍‌ ଅଧିକାରୀଙ୍କ ସୂଚନା ମୁତାବକ ମଙ୍ଗଳବାର ରାଜନ୍‌କୁ ପୁଣି ଥରେ ତିହାର ଜେଲ୍‌କୁ ଅଣାଯାଇଛି ।

ଗତ ଶୁକ୍ରବାର କୋଭିଡ୍‌ରେ ରାଜନ୍‌ର ମୃତ୍ୟୁ ହୋଇଥିବା ଗୁଜବ ପ୍ରଚାରିତ ହୋଇଥିଲା । ଏହି ଗୁଜବକୁ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଥିଲା । ତବେ ୨୦୧୫ରେ ଇଣ୍ଡୋନେସିଆର ବାଲିରୁ ଧରାପଡ଼ିଥିବା କୁଖ୍ୟାତ ଛୋଟା ରାଜନ୍‌କୁ କଡ଼ା ସୁରକ୍ଷାରେ ସେବେଠାରୁ ଜେଲ୍‌ରେ ରଖାଯାଇଥିବା ଜଣାପଡ଼ିଛି ।   

   Related Posts