ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରି ଭିଡିଓ ରେକର୍ଡିଂ କରିଥିଲେ ଦୁର୍ବୃତ୍ତ : ବ୍ଲାକମେଲିଂ କରି ବାରମ୍ବାର କରୁଥିଲେ ଦୁଷ୍କର୍ମ, ୩ଗିରଫ

Published By : Prameya-News7 Bureau | July 29, 2019 IST

ମଧ୍ୟପ୍ରଦେଶ୨୯|୭: ଜଣେ ଆଦିବାସୀ ବିଧବା ମହିଳାଙ୍କ ସହ ଗଣଦୁଷ୍କର୍ମ କରି ତାଙ୍କ ଭିଡିଓ ଭାଇରାଲ କରାଯାଇଛି।  ​‌ଦୁଷ୍କର୍ମକାରୀ ଜଙ୍ଗଲରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ କରିବା ସମୟରେ ତାଙ୍କୁ ଭୟ ଦେଖାଇ ମୋବାଇଲରେ ଭିଡିଓ ସୁଟିଂ କରିଥିଲେ। ପରେ ଦୁଷ୍କର୍ମକାରୀ ଭିଡିଓ ଭାଇରାଲ କରିଦେଇଥିଲେ। ଏହି ଘଟଣା ପରେ ବିଧବା ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଛି। ମଧ୍ୟପ୍ରଦେଶ ଛିନ୍ଦଓ୍ବାରାର ଉମରେଠ୍ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ପୀଡିତାଙ୍କ କହିବାନୁଯାୟୀ, ଜୁଲାଇ ୬ ତାରିଖରେ ତାଙ୍କ ଘର ପାଖରେ ରହୁଥିବା ଶ୍ୟାମ ଶର୍ମା, ମୁକେଶ ଓ ଗୋଲୁ , ଏହି ତିନି ଅଭିଯୁକ୍ତ ବଳପ୍ରୟୋଗ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ସେ କ୍ଷେତରୁ ଆସିବା ସମୟରେ ଗୋଲୁ ତାଙ୍କୁ ବୁଝାଇସୁଝାଇ ତାଙ୍କୁ ମଟର ସାଇକେଲରେ ବସାଇ ଜଙ୍ଗଲକୁ ନେଇଯାଇଥିଲା । ସେଠରେ ତାଙ୍କ ସହ ତିନି ଜଣ ଜୋର ଜବରଦସ୍ତ ଦୁଷ୍କର୍ମକରିବା ସହ ମୋବାଇଲରେ ଭିଡିଓ ସୁଟିଂ କରିଥିଲେ ବୋଲି ସେ ଉମରେଠ୍ ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ମଧ୍ୟ ଅଭିଯୁକ୍ତ ଭିଡିଓ ଦେଖାଇ ଆଦିବାସୀ ବିଧବା ମହିଳାଙ୍କୁ ବ୍ଲାକମେଲିଂ କରୁଥିଲା। ବିଧବା ମହିଳା ଜଣଙ୍କ ତାଙ୍କ କଥାରେ ରାଜି ନହେବାରୁ ଅଭିଯୁକ୍ତ ଭିଡିଓ ଭାଇରାଲ କରିଦେଇଥିଲା। ଭିଡିଓ ଭାଇରାଲ ପରେ ପୀଡିତା ଜୁଲାଇ ୨୫ ତାରିଖରେ ଦୋଷୀଙ୍କ ବିରୋଧରେ ଥାନାରେ ଏଫଆଇଆର ଦେଇଥିଲେ। ଏହି ଅଭିଯୋଗ ପରେ ଜୁଲାଇ ୨୬ ତାରିଖରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.