ଚାରଧାମ ଯାତ୍ରା ୨୦୨୦ : ଖରସାଲୀରୁ ବାହାରିଲା ମା’ ଯମୁନାଙ୍କ ଡୋଲୀ, ଖୋଲିଲା ଗଙ୍ଗୋତ୍ରୀ ଓ ଯମୁନେତ୍ରୀ କବାଟ

Published By : Prameya-News7 Bureau | April 26, 2020 IST

ଡେରାଡୁନ ୨୬/୦୪ :  ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମ କବାଟ ଖୋଲିବା ସହ ବିଶ୍ୱ ପ୍ରସିଦ୍ଧ ଚାରଧାମ ଯାତ୍ରା ମଧ୍ୟ ଆରମ୍ଭ | ଆଜି ଅର୍ଥାତ୍ ରବିବାର ଶୁଭ ମୁହୂର୍ତ୍ତ ଥିଲା ଦିନ ୧୨ଟା ୩୫ ମିନିଟ, ସେହି ସମୟରେ ଖୋଲିଛି ଗଙ୍ଗୋତ୍ରୀ ଧାମ ଓ ଦିନ ୧୨ଟା ୪୧ ମିନିଟରେ ଯମୁନେତ୍ରୀ ଧାମ କବାଟ ଖୋଲାଛି ।

ଆଜି ସକାଳୁ ଯମୁନାଙ୍କ ଦୋଳି ଖରସାଲୀରୁ ଯମୁନେତ୍ରୀ ଧାମ ପାଇଁ ବାହାରିଛନ୍ତି | ଏଥିପାଇଁ ତାଙ୍କୁ ବିଦା କରିବା ପାଇଁ ଭାଇ ଶନିଦେବଙ୍କ ଡୋଲୀ ମଧ୍ୟ ବାହାରିଥିଲା | ପରମ୍ପରା ଅନୁଯାୟୀ, ମୁଖବା ଗାଁରୁ ମା ଗଙ୍ଗାଙ୍କ ଭୋଗ ମୂର୍ତ୍ତିକୁ ଶନିବାର ଦିନ ହିଁ ଗଙ୍ଗୋତ୍ରୀ ଧାମ ପାଇଁ ବାହାରି ଯାଇଥିଲେ | ଭୈରବ ଘାଟି ସ୍ଥିତ ପ୍ରାଚୀନ ଭୈରବ ମନ୍ଦିରରେ ରାତ୍ରି ବିଶ୍ରାମ ପରେ ଡୋଲୀ ଯାତ୍ରା ଆରମ୍ଭ କରି ଆଜି ଅପରାହ୍ନରେ ଗଙ୍ଗୋତ୍ରୀ ଧାମରେ ପହଞ୍ଚିବ |  

{"id":260296,"width":580,"height":326,"sizeSlug":"large"}

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୨୧-୨୧ ତୀର୍ଥ ପୁରୋହିତ ହିଁ କବାଟ ଉଦଘାଟନରେ ସାମିଲ ହେବେ | ଡୋଲୀ ଯାତ୍ରା ପାଇଁ ମଧ୍ୟ ଏହି ବ୍ୟବସ୍ଥା କରାଯାଇଛି | ଡୋଲୀ ଯାତ୍ରା ସମୟରେ ଶାରୀରିକ ଦୂରତା ନିୟମ ମଧ୍ୟ ପାଳନ କରାଯିବ |

ଡ଼ିଏମ ଡ.ଆଶିଷ ଚୌହାନ ଏବଂ ପୋଲିସ ଅଧିକ୍ଷକ ପଙ୍କଜ ଭଟ୍ଟ କହିଛନ୍ତି ଯେ, ଚାର ଧାମ ଯାତ୍ରା ବର୍ତ୍ତମାନ ପ୍ରତିବନ୍ଧିତ | ଆଜି ମଧ୍ୟ ଦୁଇଜଣ ହିଁ ଡୋଲୀ ବାହାର କରି ଯାତ୍ରା ଆରମ୍ଭ କରିଛନ୍ତି | ତାଙ୍କ ସହିତ ଆଉ ୨ ରୁ ୩ ଜଣ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଯାତ୍ରା ଆରମ୍ଭ କରିଛନ୍ତି | ଲକଡାଉନ ପ୍ରତିବନ୍ଧକ ଯୋଗୁଁ ବର୍ତ୍ତମାନ ଶ୍ରଦ୍ଧାଳୁଙ୍କୁ ଧାମକୁ ଆସିବା ପାଇଁ ଅନୁମତି ଦିଆଯାଇନାହିଁ | ପରମ୍ପରା ନିର୍ବାହ ପାଇଁ ସୀମିତ ସଂଖ୍ୟକ ପୁରୋହିତଙ୍କୁ ଛାଡି ଅନ୍ୟ କାହାକୁ ଧାମ ଯିବା ପାଇଁ ଅନୁମତି ଦିଆଯାଇନାହିଁ |

{"id":260289,"sizeSlug":"large"}

ମନ୍ଦିର ସମିତି ସଚିବ କୃତେଶ୍ୱର ଉନିଆଲଙ୍କ କହିବାନୁସାରେ ମନ୍ଦିରରେ କିଛି ପୁରୋହିତ ନିୟମିତ ଭାବେ ପୂଜାର୍ଚ୍ଚନା କରିବେ | ଧାମରେ ବିଜୁଳି, ପାଣି, ଶୌଚାଳୟ ଆଦି ବ୍ୟବସ୍ଥା ପାଖାପଖିଆ ଶେଷ ହୋଇଯାଇଛି | ଜାନକୀଚଟ୍ଟୀରୁ ଧାମ ପର୍ଯ୍ୟନ୍ତ ୫ କିମି ଲମ୍ବା ପାଦଚଲା ପଥ ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ ହେବାକୁ ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.