ଟ୍ରେନରେ ଗଙ୍ଗୋତ୍ରୀ-ଯମୁନେତ୍ରୀ ଯାତ୍ରା : ୧୨୧ କି:ମି: ରେଳ ଯାତ୍ରାରେ ୮୪ କି:ମି: ଲମ୍ବ ସୁଡ଼ଙ୍ଗ ପାର ହେବେ ଭକ୍ତ

Published By : Prameya-News7 Bureau | June 05, 2020 IST

ଡେରାଡୁନ ୦୫/୦୬ : ୫ ବର୍ଷ ପରେ ଗଙ୍ଗୋତ୍ରୀ-ଯମୁନେତ୍ରୀ ଯାତ୍ରା ଟ୍ରେନ ଜରିଆରେ ହେବ | ଏଥିପାଇଁ ରେଳଲାଇନ ହୋଇଥିବା ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇସାରିଛି | ୧୨୧ କିଲୋମିଟର ଲମ୍ବ ରେଳଲାଇନରେ ୧୦ଟି ଷ୍ଟେସନ ତିଆରି ହେବ | ଏହି ରେଳଲାଇନ ଓ ଷ୍ଟେସନ ନିର୍ମାଣରେ ୨୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ | ଗୁରୁବାର ଦିନ ଏହାର ଫାଇନାଲ ରିପୋର୍ଟ ରେଳ ମନ୍ତ୍ରାଳୟ ଓ ଉତ୍ତରାଖଣ୍ଡ ସରକାରଙ୍କୁ ଦିଆଯାଇଛି |

{"id":281595,"sizeSlug":"large"}

ରେଳ ବିକାଶ ନିଗମ ଡିପିଆର ତିଆରି କରିବ ପାଇଁ ୨ ବର୍ଷ ଲାଗିଥିଲା | ସେଥିପାଇଁ ଆଇଆଇଟି ରୁର୍କି ଡେ଼ରା ପ୍ରୁଫ ଚେକିଂ ମଧ୍ୟ କରାଯାଇଥିଲା | ହିମାଳୟ କ୍ଷେତ୍ରରେ ରେଳ ପରିଯୋଜନା ପାଇଁ ପ୍ରଥମଥର ବିସ୍ତୃତ ବହୁ-ବୈଜ୍ଞାନିକ ସର୍ଭେ କରାଯାଇଛି | ରେଳ ବିକାଶ ନିଗମ ପରିଯୋଜନା ପ୍ରବନ୍ଧକ ଓମ ପ୍ରକାଶ ମାଲଗୁଡି କହିଛନ୍ତି ଯେ, ଡେରାଡୁନ ହୋଇବାଲାରୁ ୧୨୧ କିଲୋମିଟର ଲମ୍ବା ରେଳଲାଇନରେ ୮୪ କିଲୋମିଟର ସୁଡ଼ଙ୍ଗ ନିର୍ମାଣ କରାଯିବ | ଏହାସହ ୧୭ଟି ଛୋଟ ବଡ ପୋଲ ମଧ୍ୟ ନିର୍ମାଣ କରାଯିବ | ପରିଯୋଜନା ମୁତାବକ ୧୫ କିଲୋମିଟର ଲମ୍ବର ସବୁଠାରୁ ବଡ ସୁଡ଼ଙ୍ଗ ତିଆରି ହେବ | ରେଳ ମନ୍ତ୍ରାଳୟ ସ୍ୱୀକୃତି ପାଇବା ମାତ୍ରେ କାମ ଆରମ୍ଭ କରାଯିବ ବୋଲି ପରିଯୋଜନା ପ୍ରବନ୍ଧକ ଓମ ପ୍ରକାଶ କହିଛନ୍ତି |

{"id":281600,"sizeSlug":"large"}

ଏହି ରେଳଲାଇନ ତିଆରି ହେବାପରେ ଗଙ୍ଗୋତ୍ରୀ ରେଳଲାଇନ ଦେଶର ସପ୍ତମ ସବୁଠାରୁ ଉଚ୍ଚ ରେଳଲାଇନ ହେବ | ପାଖାପାଖି ୧୨୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଟ୍ରେନ ଚାଲିବ | ଦେଶରେ ବିଳାସପୁର ମନାଲି ଲେହ ରେଳଲାଇନ ସବୁଠାରୁ ଉଚ୍ଚ ରେଳଲାଇନ ହେବ ଯାହା ୫ ହଜାର ୩୬୦ ମିଟର ଉଚ୍ଚ ବିଶିଷ୍ଟ ହେବ | ଗଙ୍ଗୋତ୍ରୀ ରେଳଲାଇନରେ ହେବାକୁଥିବା ୮୪ କିଲୋମିଟର ଲମ୍ବ ସୁଡ଼ଙ୍ଗ, ୧୫ କିଲୋମିଟର ଜାଜଲରୁ ମରୋଡ ମଧ୍ୟରେ ତିଆରି ହେବ |

{"id":281602,"sizeSlug":"large"}

୧୨୧ କିଲୋମିଟର ଲମ୍ବ ରେଳଲାଇନରେ ଟ୍ରେନର ୧୮ କୋଚ ମାତ୍ର ଦେଢ଼ ଘଣ୍ଟାରେ ଉତ୍ତରକାଶୀରେ ପହଞ୍ଚିଯିବ | ଭନୀୟାବାଲା, ରାଣୀପୋଖରୀ, ଜାଜଲ, ମରୋଡ, କଣ୍ଡିସୋଣ୍ଢ ସେରୋଟ, ଡୁଣ୍ଡା, ଉତ୍ତରକାଶୀ, ଚନୀୟାଲିଷୋଡ଼ ଓ ବଡକୋଟ ୧୦ଟି ଷ୍ଟେସନ ତିଆରି ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.