Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ପୂର୍ଣ୍ଣ ବିଧିବିଧାନରେ ଖୋଲିଲା ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମ କବାଟ, ପ୍ରଥମେ ହେଲା ପ୍ରଧାନମନ୍ତ୍ରୀଙ୍କ ପୂଜା

26/04/2020 at 3:45 PM

ଗଙ୍ଗୋତ୍ରୀ ୨୬।୪: କରୋନା ଲକଡାଉନ୍‌ ସତ୍ତ୍ୱେ ରବିବାର ପବିତ୍ର ଅକ୍ଷୟତୃତୀୟା ଶୁଭ ବେଳାରେ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଘାଟର କବାଟ ଖୋଲିଛି। ବିଧିବିଧାନ ପୂର୍ବକ ଗଙ୍ଗା ପୂଜନ, ଗଙ୍ଗା ଶହସ୍ର ନାମ ପଠନ, ବିଶେଷ ପୂଜାର୍ଚ୍ଚନା ସହ ପ୍ରଶସ୍ତ ରୋହିଣୀ ଅମୃତ ଯୋଗର ଶୁଭ ବେଳାରେ ଗଙ୍ଗୋତ୍ରୀ ଘାଟ କବାଟ ଖୋଲାଯାଇଛି।

୧୨ଟା ୩୫ ମିନିଟ୍‌ରେ ଘାଟର କବାଟ ଖୋଲିବା ଲାଗି ପୂର୍ବରୁ ତିଥି ସ୍ଥିରିକୃତ ହୋଇଥିଲା। ସେହି ଅନୁସାରେ ଗତ ଏପ୍ରିଲ ୨୫ ତାରିଖ ଦିନ ମା ଗଙ୍ଗାଙ୍କ ସବାରୀ ତାଙ୍କ ପିତ୍ରାଳୟ ତଥା ଶୀତକାଳୀନ ଆବାସ ମୁଖବାରୁ ବାହାରିଥିଲା। ସେଠାରୁ ଭୈରୋଁ ଘାଟି ପହଞ୍ଚିବା ପରେ ଭୈରବ ମନ୍ଦିରରେ ରାତ୍ରିନିବାଶ  ହୋଇଥିଲା। ରବିବାର ନିର୍ଦ୍ଧାରିତ ସମୟ ସକାଳ ୭ଟା ବେଳେ ମାଙ୍କ ସବାରୀ ଗଙ୍ଗୋତ୍ରୀ ପହଞ୍ଚିବା ପରେ ଭକ୍ତଙ୍କ ଲାଗି ଘାଟ ଖୋଲିଛି।

ଏହି ଅବସରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ତୃତୀୟା ମହାପର୍ବର ଶୁଭ ବେଳାରେ ଗଙ୍ଗୋତ୍ରୀ ଶ୍ରୀପାଞ୍ଚ ମନ୍ଦିର ସମିତିକୁ ୧ହଜାର ୧୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ତାଙ୍କ ନାମରେ ପ୍ରଥମ ପୂଜା ଅନୁଷ୍ଠିତ ହୋଇଛି।  ଏହି ଅବସରରେ ଜିଲ୍ଲାଧିକାରୀ ଦେବେନ୍ଦ୍ର ସିଂ ନେଗୀ, ମୁଖ୍ୟ ଚିକିତ୍ସାଧିକାରୀ ଡା.ଡି.ପି.ଯୋଶୀ, ସିଓ କମଲ ପମ୍ବାର ଓ ମନ୍ଦିର ସମିତି ସଭାପତି ସୁରେଶ ସେମବାଲ ପ୍ରମୁଖ ଉପସ୍ଥିତ ଥିଲେ।

ସେପଟେ ଯମୁନେତ୍ରୀ ଘାଟ ମଧ୍ୟ ରବିବାର ନିରାଡମ୍ବର ଉତ୍ସବରେ ଖୋଲିଛି। ଏଥିଲାଗି ଆଜି ପୂର୍ବାହ୍ନ ୮ଟା ୧୫ମିନିଟ୍‌ରେ ମାଙ୍କ ସବାରୀ ଖରସାଲୀରୁ ଯମୁନେତ୍ରୀ ଧାମ ଅଭିମୁଖେ ପ୍ରସ୍ଥାନ କରିଥିଲା। ଯମୁନେତ୍ରୀ ଧାମରେ ମାଙ୍କ ସବାରୀ ପହଞ୍ଚିବା ପରେ ପୂର୍ବ ନିର୍ଦ୍ଧାରିତ ସମୟ ୧୨ଟା ୪୧ ମିନିଟ୍‌ରେ ଭକ୍ତଙ୍କ ଲାଗି ଘାଟର କବାଟ ଖୋଲି ଦିଆଯାଇଥିଲା। ଏଥିଲାଗି ଆୟୋଜିତ କାର୍ଯ୍ୟକ୍ରମରେ ଯମୁନେତ୍ରୀ ମନ୍ଦିର ସମିତି ଉପସଭାପତି ଜଗମୋହନ ଉନିୟାଲ, ସାଧାରଣ ସମ୍ପାଦକକୃତେଶ୍ୱର ଉନିୟାଲଙ୍କ ସମେତ ମନ୍ଦିର ସମିତିର ସମସ୍ତ ପଦାଧିକାରୀ ଓ ତୀର୍ଥ ପୁରୋହିତମାନେ ମଧ୍ୟ ଉପସ୍ଥିତ ଥିଲେ।

   Related Posts