Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଲକ୍‌ଡାଉନ୍‌ ପ୍ରଭାବ : ପରିସ୍କାର ହେଉଛି ଗଙ୍ଗାଜଳ, ବହୁ ଦଶନ୍ଧି ପରେ ପାଣିର ମାନରେ ସୁଧାର ଆସିଛି-ପରିବେଶବିତ୍‌

21/04/2020 at 1:28 PM

ହରିଦ୍ବାର ୨୧।୦୪: ଲକ୍‌ଡାଉନ୍‌ ଯୋଗୁ ଶିଳ୍ପ ଓ କଳକାରଖାନା ବନ୍ଦ ହୋଇପଡ଼ିଛି । ଫଳରେ ଗଙ୍ଗାନଦୀରେ ଆଉ କାରଖାନାଗୁଡ଼ିକରୁ ବର୍ଜ୍ୟବସ୍ତୁ ଅଥବା ନର୍ଦ୍ଦମା ପାଣି ମିଶୁନାହିଁ । ଏମିତି କି ଗଙ୍ଗାନଦୀ ଘାଟରେ କେହି ଲୋକ ନ ଥିବାରୁ କୌଣସି ମଇଳା ପଦାର୍ଥ ମଧ୍ୟ ମିଶୁନାହିଁ । ଫଳରେ ଏହା ପରିଷ୍କାର ହୋଇଯାଇଛି । ରିଶିକେଷ ଏବଂ ହରିଦ୍ୱାରରେ ଗଙ୍ଗାଜଳ ‘ପିଇବାଯୋଗ୍ୟ’ ଭଳି ହୋଇଯାଇଥିବା କୁହାଯାଉଛି । ଏବେ ପାଣିରେ କ୍ଲୋରିନ ମିଶାଯାଇ ପିଆଯାଇ ପାରିବ ବୋଲି କୁହାଯାଉଛି । ‘ହର କୀ ପୌରି’ଠାରେ ଗଙ୍ଗାଜଳ ମାନରେ ନାହିଁ ନ ଥିବା ଉନ୍ନତି ଦେଖାଦେଇଛି । କେତେ ଦଶନ୍ଧିରେ ପ୍ରଥମ ଥର ପାଇଁ ଏଭଳି ଘଟିଛି ।

ଉତ୍ତରାଖଣ୍ଡ ପରିବେଶ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ୟୁଇପିପିସିବି) ଠାରୁ ହାସଲ କରାଯାଇଥିବା ତଥ୍ୟ ମୁତାବକ ହର କୀ ପୌରି ନିକଟରୁ ନିଆଯାଇଥିବା ଗଙ୍ଗାଜଳର ସମସ୍ତ ମାନଦଣ୍ଡରେ ଉନ୍ନତି ଆସିଛି । ଲକ୍‌ଡାଉନ୍‌ ଯୋଗୁ ଏଭଳି ଅହେତୁକ ସୁଧାର ଦେଖିବାକୁ ମିଳିଛି । ପାଣିରେ ‘ଫେକାଲ କୋଲିଫର୍ମ (ମଣିଷଠୁ ବାହାରୁଥିବା ମଇଳା ପଦାର୍ଥ)’ ୩୪% ହ୍ରାସ ପାଇଥିବା ବେଳେ ବାୟୋକେମିକାଲ ଅକ୍ସିଜେନ ୨୦% କମିଛି । ୟୁଇପିପିସିବିର ମୁଖ୍ୟ ପରିବେଶ ଅଧିକାରୀ ଏସ ଏସ ପାଲ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ହର କୀ ପୌରିରେ ପାଣିର ମାନ କ’ ଶ୍ରେଣୀକୁ ଆସିଯାଇଛି । ନିକଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି । ୨୦୦୦ରେ ଉତ୍ତରାଖଣ୍ଡ ଗଢ଼ିଉଠିବା ପରେ ଜଳର ମାନ ସବୁବେଳେ ଖ’ ଶ୍ରେଣୀରେ ରହୁଥିଲା ।

   Related Posts