ଯଦି ଆପଣଙ୍କ ଘରେ ରହିଛି ଗଙ୍ଗାଜଳ : ତେବେ ନିଶ୍ଚୟ ପଢ଼ନ୍ତୁ ଏହି ଖବର

Published By : Prameya-News7 Bureau | August 16, 2019 IST

ଆପଣ ସମସ୍ତେ ଏହି କଥା ଜାଣିଥିବେ ଯେ ହିନ୍ଦୁ ଧର୍ମରେ ଗଙ୍ଗାଜଳକୁ ଅତ୍ୟନ୍ତ ଶୁଦ୍ଧ ଏବଂ ପବିତ୍ର ଜଳ ବୋଲି କୁହାଯାଇଥାଏ। ଏହା ସହିତ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗଙ୍ଗାଜଳକୁ ପବିତ୍ର ବୋଲି ଆଖ୍ୟା ମିଳିଛି। ଗଙ୍ଗା ନଦୀରେ ସ୍ନାନ ପରେ ବ୍ୟକ୍ତି ନିଜକୁ ଭାଗ୍ୟଶାଳୀ ବୋଲି କହିଥାଏ ଏବଂ ଘରର ସୁଖ ଶାନ୍ତି ପାଇଁ କେତେକ ଲୋକ ଏହାକୁ ଘରେ ରଖିବା ଶୁଭ ମନେ କରନ୍ତି। କୁହାଯାଏ ଅନେକ ଲୋକଙ୍କୁ ଘରେ ଗଙ୍ଗାଜଳକୁ କିପରି ରଖିବାର ସଠିକ୍ ଉପାୟ ଜଣାନଥାଏ। ଯଦି ଆପଣ ମଧ୍ୟ ସେଥିରୁ ଜଣେ ତେବେ ଆପଣଙ୍କୁ ଏହି ଖବର ନିଶ୍ଚୟ ପଢ଼ିବା ଉଚିତ୍।

ଯଦି କେହି ବ୍ୟକ୍ତି ଘରେ ଗଙ୍ଗାଜଳ ରଖିଥାଆନ୍ତି ତେବେ ଏହାକୁ ସବୁବେଳେ ତମ୍ବା,ଚାନ୍ଦି କିମ୍ବା କାଚ ବୋଲରେ ରଖିବା ଉଚିତ୍। ଅନେକ ଲୋକ ପ୍ଲାଷ୍ଟିକ୍ ବୋତଲରେ ଗଙ୍ଗାଜଳ ରଖିଥାଆନ୍ତି। ପ୍ଲାଷ୍ଟିକ୍ ବୋତଲ ଅନେକ ବେକାର ଜିନିଷକୁ ପୁନର୍ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ। ଏପରି ପରିସ୍ଥିତିରେ ପ୍ଲାଷ୍ଟିକ୍ ବୋତଲରେ ଗଙ୍ଗାଜଳ ରଖିବା ଦ୍ବାରା ଅପମାନ ବୋଲି କୁହାଯାଇଥାଏ ଏବଂ ଏହା ଭୁଲ ହୋଇଥାଏ। ଏହା ସହିତ ଗଙ୍ଗାଜଳକୁ ସବୁବେଳେ ଆଲୋକିତ ସ୍ଥାନରେ ରଖିବା ଉଚିତ୍। ତେବେ ଯାଇ ଘରେ ସୁଖ ଶାନ୍ତି ବଜାୟ ରହିବ।

ଏହା ସହ ଘରର ମନ୍ଦିରରେ ଗଙ୍ଗାଜଳ ରଖିବା ସବୁଠୁ ପବିତ୍ର ଏବଂ ଉଚିତ୍ ବୋଲି ମନେ କରାଯାଇଥାଏ। କିନ୍ତୁ ଉଦ୍ୟମ କରନ୍ତୁ ଜଳକୁ ସେହି ସ୍ଥାନକୁ ରଖନ୍ତୁ ଯେଉଁଠି ସୂର୍ଯ୍ୟ କିରଣ ସବୁଠୁ ପ୍ରଥମେ ପଡ଼ୁଥିବ। ଏହା ସହ ଯେଉଁ ଘରେ ଗଙ୍ଗାଜଳ ରହିବ ସେଠାରେ ଆମିଷ ଏବଂ ମଦ ଭଳି ଜିନିଷ ନରଖିବା ଉଚତ୍। କାରଣ ଏହା ଦ୍ବାରା ବଡ଼ ଧରଣର କ୍ଷତି ହେବ। ଏହା ସହିତ ଧ୍ୟାନ ରଖନ୍ତୁ ଯେଉଁ ରୁମରେ ଗଙ୍ଗାଜଳ ରଖିଛନ୍ତି ସେହି ଘରେ ଆମିଷ ଏବଂ ମଦ ସେବନ ନକରିବା ଉଚିତ୍। ଗଙ୍ଗାଜଳ ରହିଥିବା ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖିବା ଉଚିତ୍। ଗଙ୍ଗାଜଳ ଅତ୍ୟନ୍ତ ପୂଜନୀୟ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.