Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆନ୍ଧ୍ର ସରକାରଙ୍କ ଦାଦାଗିରି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ ଗଙ୍ଗାବାଡ଼ ଓ କେରାଣ୍ଡିବାସୀ, ବିଭିନ୍ନ ସଂଗଠନ ହେଲେ ସାମିଲ୍‌

20/09/2021 at 10:33 PM

କୋଟିଆ, ୨୦/୦୯: ଆନ୍ଧ୍ର ସରକାରଙ୍କ ଦାଦାଗିରିରେ ଅତିଷ୍ଠ ହୋଇ ଗଜପତି ଜିଲ୍ଲାର ସୀମାନ୍ତରେ ଥିବା ଗଙ୍ଗାବାଡ଼ ଓ କେରାଣ୍ଡି ପଞ୍ଚାୟତର ଆଦିବାସୀମାନେ ଆଜି ୮ଦଫା ଦାବି ନେଇ ଆନ୍ଦୋଳନକୁ ଓଳାଇଛନ୍ତି । ସୀମାର ସ୍ଥାଇ ସମାଧାନ ଓ ଅଞ୍ଚଳର ବିକାଶକୁ ମୁଖ୍ୟ ମୁଦ୍ଦା କରିଛନ୍ତି । ସେପଟେ କୋରାପୁଟରେ କିଛି ଦିନ ତଳେ ଆନ୍ଧ୍ର ସରକାର ଯେଉଁ ପଞ୍ଚାୟତ ନିର୍ବାଚନ କରାଇଥିଲେ ତା ଉପରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛି କୋରାପୁଟ ପ୍ରଶାସନ ।

ଗତ ୯ ତାରିଖରେ ଆନ୍ଧ୍ର ମନ୍ତ୍ରୀ ଗଜପତି ସୀମାରେ ଦଳବଳ ସହ ପଶି ଯେଉଁ ଆଚରଣ ଦେଖାଇଲେ ତାହା ଭାରତର ସଂଘୀୟ ବ୍ୟବସ୍ଥାରେ ଆଦୌ ଗ୍ରହଣୀୟ ନୁହେଁ। ଏହା ପରେ ମଧ୍ୟ ଗଜପତି ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସେଭଳି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଯାହାର ସୁଯୋଗ ନେଇ ଆନ୍ଧ୍ର ପୋଲିସ ଓ ପ୍ରଶାସନିକ ଅଧିକାରୀ ସୀମାନ୍ତବର୍ତ୍ତି ଗାଁ ଗୁଡିକରେ ଲୋକଙ୍କୁ ଧମକ ଚମକ ଦେବା ସହ ଓଡିଶା ସରକାରଙ୍କ କୌଣସି ଜନ ମଙ୍ଗଳକାରୀ ଯୋଜନାରେ ସାମିଲ ନହେବା ପାଇଁ ବାଧ୍ୟ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ତେଣୁ ସେମାନେ ଆଜି ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଆଦିବାସୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ପାରଳାଖେମୁଣ୍ଡିର ବିଭିନ୍ନ ସାମାଜିକ ଓ ସଂସ୍କୃତିକ ସଂଗଠନ ବି ଏଥିରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀ ଆଦିବାସୀ ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ ପାଇଁ  ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ ମଧ୍ୟ ଜିଲ୍ଲାପାଳଙ୍କ କିନ୍ତୁ ଦେଖା ମିଳିନଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଆସି ଲୋକଙ୍କ ସହ ଆଲେଚନା କରି ଦାବିପତ୍ର ନେଇଥିଲେ ।

ସେପଟେ କିଛି ଦିନ ତଳେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ପଶି ନିର୍ବାଚନ କରାଇଥିଲେ । ଆଉ ସେତେବେଳେ ବି ସ୍ଥାନୀୟ ପ୍ରଶାସନ ହାତ ଉପରେ ହାତ ରଖି ବସିଥିଲା  । ଏବେ ପ୍ରଶାସନ ପକ୍ଷରୁ ଆସିଛି ପ୍ରେସ୍‌ ବିଜ୍ଞପ୍ତି । ଯେଉଁଥିରେ କୁହାଯାଇଛି  ଆନ୍ଧ୍ରପ୍ରଦେଶ କୋଟିଆ ପଞ୍ଚାୟତ ନିର୍ବାଚନ ସହ ଓଡ଼ିଶା ସରକାରଙ୍କ କୌଣସି ସଂପୃକ୍ତି ନାହିଁ । ଓଡ଼ିଶାରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମରେ ଭାଗନେବେ ଲୋକ ପ୍ରତିନିଧି । ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛି ବୋଲି କୋରାପୁଟ ସୁଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

   Related Posts