ବିପଦରେ ଗଙ୍ଗା ନଦୀର ଅସ୍ଥିତ୍ଵ: ବାଲି ପଡିଆରେ ପରିଣତ ହେଲା ସଙ୍ଗମ କ୍ଷେତ୍ର, ଜାଗା ଜାଗା ନଜର ଆସୁଛି ଟାପୁ

Published By : Prameya-News7 Bureau | April 04, 2021 IST

ପ୍ରୟାଗରାଜ ୦୪।୦୪: ମାଘ ମେଳାରେ ଗଙ୍ଗାର ଅସ୍ଥିତ୍ଵ ବିପଦରେ ଥିବା ଦେଖିବାକୁ ମିଳିଛି। ଏବେ ତ ଏପ୍ରିଲ ମାସ ଆରମ୍ଭ ହୋଇଛି। ମାତ୍ର ଏବେଠୁ ଗଙ୍ଗାର ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ବହୁତ ଦୟନୀୟ ରହିଛି। ଯେଉଁ ସ୍ଥାନରେ ଦେଶ ଏବଂ ଦୁନିଆର ସବୁଠୁ ବଡ ଧାର୍ମିକ ମେଳା ଲାଗିଥିଲା, ଆଜି ସେହି ସ୍ଥାନରେ ଗଙ୍ଗାର ଅସ୍ଥିତ୍ଵ ସଙ୍କଟରେ ପଡିଛି। ସଙ୍ଗମ କ୍ଷେତ୍ରରେ ଜାଗା ଜାଗାରେ ଟାପୁ ଦେଖିବାକୁ ମିଳୁଛି। ପୂରା କ୍ଷେତ୍ର ବାଲି ପଡିଆରେ ପରିଣତ ହୋଇଗଲାଣି। ଗଙ୍ଗା ନଦୀ ମଧ୍ୟ ଶୁଖିଲା ପଡି ରହିଛି।

{"id":433146,"width":831,"height":445,"sizeSlug":"large","linkDestination":"none"}

ଯେଉଁଠାରେ କିଛି ଦିନ ପୂର୍ବେ ଲୋକେ ଆସ୍ଥାର ବୁଡ ପକାଉଥିଲେ, ସେଠାରେ ଲୋକେ ମୋଟର ସାଇକେଲ୍ ଚଳାଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏମିତି ଦୃଶ୍ୟ ମେ ମାସର ଶେଷ ଆଡକୁ ଦେଖିବାକୁ ମିଳିଥାଏ। କିନ୍ତୁ ଏପ୍ରିଲ ମାସର ଆରମ୍ଭରୁ ଏମିତି ଚିତ୍ର ଦେଖିବାକୁ ମିଳିବା ସଭିଙ୍କୁ ଚକିତ କରିଛି। ଏମିତି ସ୍ଥିତିରେ ସବୁଠୁ ଅଧିକ ସମସ୍ୟା ଗଙ୍ଗା କୂଳରେ ବସବାସ କରୁଥିବା ଲୋକଙ୍କ ପାଇଁ ହୋଇଛି। ଦୂରଦୂରାନ୍ତୁ ସଙ୍ଗମରେ ସ୍ନାନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ନିରାଶର ସହ ଫେରିବାକୁ ପଡିବ।

{"id":433147,"width":833,"height":538,"sizeSlug":"large","linkDestination":"none"}

ଲୋକଙ୍କ ଅନୁଯାୟୀ ମାଘ ମେଳା ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଥିଲା, ମାତ୍ର ଯେମିତି ମାଘ ମେଳା ଶେଷ ହେଲା ଗଙ୍ଗା ବିଲୁପ୍ତ ନଜର ଆସୁଛି। ଏମିତି ସ୍ଥିତିରେ ସରକାରଙ୍କୁ ଶୀଘ୍ର ଡ୍ୟାମ୍‌ରୁ ପାଣି ଛାଡିବା ଉଚିତ୍ ଯଦ୍ଵାରା ଗଙ୍ଗାର ଅସ୍ଥିତ୍ଵ ବଞ୍ଚାଇ ରଖାଯାଇ ପାରିବ। ସୂଚନାଯୋଗ୍ୟ, ମାର୍ଚ୍ଚ ମାସରୁ ହିଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି। ଏହାର ସିଧାସଳଖ ପ୍ରଭାବ ଗଙ୍ଗା ନଦୀ ଉପରେ ପଡିଛି। ଏମିତି ସ୍ଥିତି ଦେଖି ଚିନ୍ତିତ ଶ୍ରଦ୍ଧାଳୁ ଶୀଘ୍ର ଡ୍ୟାମ୍‌ରୁ ପାଣି ଛାଡିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.