କେନ୍ଦ୍ରାପଡା ବାରିମୂଳ ଜେଲରେ ଗ୍ୟାଙ୍ଗୱାର ; ଟିଟୋ ଓ ଲିଟୁ ଗ୍ୟାଙ୍ଗ ସଦସ୍ୟଙ୍କ ଭିତରେ ସଂଘର୍ଷ

Published By : Prameya-News7 Bureau | October 13, 2018 IST

କେନ୍ଦ୍ରାପଡା ୧୩/୧୦ : କେନ୍ଦ୍ରାପଡା ବାରିମୂଳ ଜେଲରେ ଗ୍ୟାଙ୍ଗୱାର ଅଭିଯୋଗ | ଗ୍ୟାଙ୍ଗଷ୍ଟର ଟିଟୋ ଏବଂ ଲିଟୁ ଗ୍ୟାଙ୍ଗର ସଦସ୍ୟଙ୍କ ମଧ୍ୟରେ ମାରପିଟ ହୋଇଛି | ଜେଲ ଭିତରେ ବିଚାରାଧୀନ କଏଦୀ ଥିବା ଟିଟୋ ଗ୍ୟାଙ୍ଗର ଶେଖ ଚନୋ, ଜାହାଙ୍ଗୀର ଖାନ, ଅବଦୁଲ୍ଲାହ ମିଶି ଲିଟୁ ଗ୍ୟାଙ୍ଗର ବିଚାରାଧୀନ କଏଦୀ ନିହାର ରଞ୍ଜନ ସ୍ୱାଇଁକୁ ଆକ୍ରମଣ କରିଥିଲେ | ଏଥିରେ ନିହାର ଗୁରୁତର ଆହତ ହୋଇଛି | ନିହାରକୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସା ପରେ ନିହାର ବାରିମୂଳ ଜେଲ ଫେରିଛି | ପୁରୁଣା ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି | ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.