Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଗଣଦୁଷ୍କର୍ମ ଶିକାର ନାବାଳିକାର ହସ୍ପିଟାଲରେ ମୃତ୍ୟୁ, ୫ ଗିରଫ

21/04/2019 at 8:50 PM

ଧାନବାଦ ୨୧।୪: ଝାରଖଣ୍ଡ ଧାନବାଦ ଜିଲ୍ଲାରେ ଗଣ ଦୁଷ୍କର୍ମ ଶିକାର ଏକ ନାବାଳିକାର ମୃତ୍ୟୁ ହୋଇଛି। ଜାମତାଡା ଜିଲ୍ଲା ଟୁଣ୍ଡି ବ୍ଲକରେ ଘଟିଥିବା ଏହି ଦୁଷ୍କର୍ମ  ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛି। ଅଭିଯୁକ୍ତମାନେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ବେଳେ ଏହି କାଣ୍ଡ କରିଛନ୍ତି ।

ଧାନବାଦ ରୁରାଲ ଏସପି ଅମନ କୁମାରଙ୍କ ସୂଚନା ଅନୁସାରେ ବରଯାତ୍ରୀମାନେ ଗାଁକୁ ଆସିବା ପରେ କିଛି ବରଯାତ୍ରୀ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଚାଲିଯାଇଥିଲେ।  ସମ୍ପର୍କୀୟଙ୍କ ପଡିଶା ଘରେ ରହୁଥିବା ଆଦିବାସୀ ନାବାଳିକାକୁ ବରଯାତ୍ରୀମାନେ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ। ଘଟଣା ବେଳେ ଅଭିଯୁକ୍ତମାନେ ପ୍ରଚୁର ନିଶାରେ ଥିଲେ। ନାବାଳିକାଟି ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ବେହୋସ ହୋଇଯାଇଥିଲା। ତାକୁ ଗାଁ ଲୋକଙ୍କ ସହାୟତାରେ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାରମୃତ୍ୟୁ ହୋଇଛି। ପୋଲିସ ନାବାଳିକାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପାଟଳିପୁତ୍ର ମେଡିକାଲ କଲେଜ ହସ୍ପିଟାଲକୁ ପଠାଇ ମାମଲାର ତଦନ୍ତ ଚଳାଇଛି।

ତେବେ ଏହି ଦୁଷ୍କର୍ମ ଘଟଣାରେ ୫ରୁ ଅଧିକ ଲୋକ ସାମିଲ ଥିବା ପୋଲିସ ସନ୍ଦେହ କରୁଛି। ଏଣୁ ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ପଚରା ଉଚରା ପାଇଁ ପୋଲିସ ମୁଖ୍ୟାଳୟ ନିଆଯିବ ବୋଲି କହିଛନ୍ତି ଏସପି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଟୁଣ୍ଡିଖଣ୍ଡ ବିଡିଓ ସୁରେଶ କୁମାର ସିହ୍ନା ପୀଡିତାଙ୍କ ପରିବାରଙ୍କୁ ଭେଟି ଆଶ୍ବାସନା ଦେଇଛନ୍ତି।   

   Related Posts