ସାଧ୍ବୀଙ୍କୁ ଦୁଷ୍କର୍ମ କଲେ ୪ଦୁର୍ବୃତ୍ତ : ୨ଜଣ ମହିଳା କରିଥିଲେ ସାହାଯ୍ୟ

Published By : Prameya-News7 Bureau | October 30, 2019 IST

ଶେଖପୁରା ୩୦/୧୦: ବିହାରର ଶେଖପୁରା ଜିଲ୍ଳାର ଜଣେ ସାଧ୍ବୀଙ୍କୁ ୪ଅଭିଯୁକ୍ତ ଗଣଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ ସାଧ୍ବୀଙ୍କ ଆଶ୍ରମରେ ରହୁଥିବା ୨ଜଣ ମହିଳା ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିଲେ। ଘଟଣାଟି ଘଟିଛି ଗତ ରବିବାରରେ। ଗତ ସୋମବାର ଶେଖପୁରାର ମହିଳା ଥାନାରେ ଏହି ମାମଲା ରୁଜୁ କରାଯାଇଥିଲା। ପୋଲିସ୍ ଗତକାଲି ସାଧ୍ବୀଙ୍କୁ ଡାକ୍ତରୀ ମାଇନା ପାଇଁ ସଦର ହସ୍ପିଟାଲକୁ ପଠାଇଛି।

ପୀଡ଼ିତା ସାଧ୍ବୀ ନବାଦା ଜିଲ୍ଲାର କକୋଲତରେ ଏକ କୁଡ଼ିଆ ଘରେ ରୁହନ୍ତି। ଗତ ରବିବାର ରାତିରେ ତାଙ୍କ କୁଡ଼ିଆକୁ ପୂର୍ବରୁ ରହୁଥିବା ୨ଜଣ ମହିଳା ଆସିଥିଲେ ଏବଂ କହିଥିଲେ ଯେ ତାଙ୍କ ଭଉଣୀଙ୍କ ସହ ସାଧ୍ବୀଙ୍କ ମାଆ ଆସୁଥିଲେ। ତାଙ୍କର ଦୁର୍ଘଟଣା ହୋଇଯାଇଛି। ତାଙ୍କ ମାଆଙ୍କୁ ଦେଖିବାପାଇଁ ସାଧ୍ବୀଙ୍କୁ ଯିବାକୁ କହିଥିଲେ। ଏହା ଶୁଣି ସାଧ୍ବୀ ୪୦ହଜାର ଟଙ୍କା ନେଇ ୨ମହିଳା ଏବଂ ତାଙ୍କ ସହ ଥିବା ୨ଜଣ ପୁରୁଷଙ୍କ ସହ କାରରେ ଯାଇଥିଲେ।

ତାଙ୍କ କାରକୁ ଶେଖପୁରାର ଫୁଲଚୋଡ଼ ଗାଁ ପାଖରେ ଏକ ବୋଲେରୋ କାର୍ ଓଭରଟେକ୍ କରିଥିଲା। ସେହି କାରରେ ୨ଜଣ ପୁରୁଷ ଥିଲେ। ରାତିରେ ୪ଜଣ ଅଭିଯୁକ୍ତ ସାଧ୍ବୀଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ। ପୀଡ଼ିତା ୨ମହିଳା ଏବଂ ୪ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ୨ମହିଳାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଅଭିଯୁକ୍ତ ଦୁଇ ମହିଳା କାନ୍ତିବାଈ ଏବଂ କଳ୍ପେଶ ଚୌଧୁରୀ ପ୍ରଥମେ ସାଧ୍ବୀଙ୍କ ଆଶ୍ରମରେ ରହୁଥିଲେ। ସାଧ୍ବୀ ସେମାନଙ୍କୁ ଚୋରି କରୁଥିବାବେଳେ ଦେଖି ଦେଇଥିଲେ, ଏହା ପରେ ତାଙ୍କୁ ଆଶ୍ରମରୁ ବାହାର କରି ଦିଆଯାଇଥିଲା। ପୋଲିସ୍ ଅଭିଯୁକ୍ତଙ୍କୁ ଖୋଜୁଛି।           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.