Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

୧୦ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ: ୬ ନାବାଳକ ସହ ଜଣେ ଯୁବକ ସାମିଲ୍‌

9/06/2021 at 6:11 PM

ରେବାଡ଼ି ୦୯/୦୬ : ହରିୟାଣା ରେବାଡ଼ିରୁ ଅତ୍ୟନ୍ତ ଘୃଣ୍ୟ ଓ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି । ଜଣେ ୧୦ ବର୍ଷର ନାବାଳିକା ସହ ଦୁଷ୍କର୍ମ ହୋଇଛି । ନାବାଳିକାକୁ ତାଙ୍କ ପରିବାର ଓ ପଡୋଶୀ ଦୁଷ୍କର୍ମ କରିଛନ୍ତି । ମାମଲା ମେ’ ୨୪ ତାରିଖର । ଘଟଣାର ଭିଡିଓ ଭାଇରାଲ ହେବାପରେ ନାବାଳିକାଙ୍କ ବାପା-ମା’ଙ୍କ ଏ ସମ୍ପର୍କରେ ଜାଣିବାକୁ ପାଇଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ମାମଲା ରୁଜ୍ଜୁ ହୋଇଛି ।

ସୂଚନା ଅନୁଯାୟୀ, ରାମପୁରା ଥାନା ଅନ୍ତର୍ଗତ ଏକ ଗାଁରେ ରହୁଥିବା ୧୦ ବର୍ଷର ନାବାଳିକା ତୃତୀୟ ଶ୍ରେଣୀରେ ପଢ଼ନ୍ତି । ମେ’ ୨୪ ତାରିଖରେ ସେ ଘର ପାଖରେ ଥିବା ସ୍କୁଲରେ ଖେଳୁଥିଲେ । ପାଖ ପଡୋଶୀର କିଛି ପିଲା ବି ସେଠାରେ ଖେଳୁଥିଲେ । ସେଠାରେ ନାବାଳିକା ସହ ଜୋର ଜବରଦସ୍ତ ଗଣଦୁଷ୍କର୍ମ କରାଯାଇଥିଲା । ତେବେ ଏଠାରେ ସବୁଠାରୁ ଘୃଣ୍ୟ କଥା ହେଲା ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ମାତ୍ର ଯୁବକ ଥିଲା ଯାହାର ବୟସ ୧୮ ବର୍ଷ । ଅନ୍ୟ ସମସ୍ତେ ନାବାଳକ । ସମସ୍ତଙ୍କ ବୟସ ୮ ରୁ ୧୪ ବର୍ଷ ଥିଲା । ଏମାନେ ମିଶି ନାବାଳିକାଙ୍କ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ରେକଡିଂ କରି ହ୍ୱାଟ୍ସଆପରେ ସେୟାର କରିଥିଲେ ।

ରେବାଡ଼ି ଡିଏସପି ହଂସରାଜ କହିଛନ୍ତି ଯେ ଝିଅର ଗଣଦୁଷ୍କର୍ମ ଭିଡିଓ ବାପାଙ୍କ ସାମ୍ନାକୁ ଆସିବା ପରେ ସେ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି । ପୋଲିସ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ କହିବାନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ବାଳକ ପୀଡିତାଙ୍କ ପରିବାରର ଓ ଅନ୍ୟମାନେ ପଡୋଶୀ । ତେବେ ଭିଡିଓ କାହା ଫୋନରୁ ଭାଇରାଲ ହୋଇଛି ଓ କିଏ କିଏ ଏହି ଭିଡିଓ ସେୟାର କରିଛନ୍ତି ପୋଲିସ ତାହା ଯାଞ୍ଚ କରୁଛି । ବର୍ତ୍ତମାନ ନାବାଳକ ଅଭିଯୁକ୍ତଙ୍କୁ କଷ୍ଟଡିରେ ରଖାଯାଇଛି ଓ ଅଭିଯୁକ୍ତ ଯୁବକକୁ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି।

   Related Posts