Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ସ୍ୱାମୀର ହାତଗୋଡ ବାନ୍ଧି ସ୍ତ୍ରୀ ଓ ନାବାଳିକା ଝିଅକୁ ଗଣଦୁଷ୍କର୍ମ, ଲୁଟିନେଲେ ଟଙ୍କା ଓ ମୋବାଇଲ ଫୋନ୍

3/08/2020 at 9:45 PM

ଭୋପାଳ, ୦୩|୦୮:  ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ରବିବାର ଉଭୟ ନିଜ ଘରେ ଥିବା ବେଳେ ୬ ଜଣ ଯୁବକ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ ।

ସୂଚନାନୁସାରେ, ରବିବାର ରାତିରେ ମହିଳାଜଣଙ୍କ ଘରେ ତାଙ୍କ ସ୍ୱାମୀ ଓ ୧୨ ବର୍ଷର ଝିଅ ସହ ଥିଲେ । ସେହି ସମୟରେ ୬ଜଣ ଯୁବକ ଘରେ ଜୋର ଜବରଦସ୍ତି ପସିଥିଲେ । ଏପରିକି ସ୍ୱାମୀଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ । ଏହାପରେ ସେମାନେ ମହିଳା ଓ ତାଙ୍କ ୧୨ ବର୍ଷର ଝିଅଙ୍କୁ ଘର ପାଖରେ ଥିବା ଏକ ପଡିଆକୁ ନେଇ ଗଣଦୁଷ୍କର୍ମ କରିଥିଲେ ।

ଏହାସହ ଦୁର୍ବୃତ୍ତମାନେ ଘରୁ ଟଙ୍କା ଓ ସୁନା ଗହଣା ମଧ୍ୟ ଚୋରି କରି ନେଇଛନ୍ତି । ଏପରିକି ସେମାନେ ମୋବାଇଲ ଫୋନ୍ ଲୁଟି ନେଇଛନ୍ତି । ମହିଳାଙ୍କ ଘର ଏକ କ୍ରସର ଅଞ୍ଚଳରେ ହୋଇଥିବାରୁ ରାତିରେ ସେ ପାଟି କରିଥିଲେ ମଧ୍ୟ କେହି ଶୁଣିପାରି ନଥିଲେ । ଘଟଣା ବାବଦରେ ପୀଡିତା ମହିଲା ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲାରୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

   Related Posts