ପତ୍ନୀଙ୍କୁ ସାଙ୍ଗମାନଙ୍କ ହାତରେ ଟେକିଦେଲା ସ୍ବାମୀ, ରାତି ସାରା ଗଣଦୁଷ୍କର୍ମର ଶିକାର ହେଲେ ମହିଳା, ସ୍ବାମୀ କହିଲା- ମୋ ସାଙ୍ଗମାନେ ସୁଖଦୁଃଖର ସାଥୀ

Published By : Prameya-News7 Bureau | November 29, 2019 IST

ଟା୨୯/୧୧:  ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ନିଜ ସ୍ବାମୀ ଓ ତାର ସାଙ୍ଗମାନେ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ରାତି ତମାମ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ସ୍ଥାନୀୟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରି ନାହିଁ। ତେଣୁ ବାଧ୍ୟ ହୋଇ ପୀଡ଼ିତା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହା ପରେ ଏସପି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶର ଏଟାହରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ଅଭିଯୁକ୍ତ ସ୍ବାମୀ ଓ ପୀଡିତା ଏକାଠି ଗୋଟିଏ କଲେଜରେ ପାଠ ପଢ଼ୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ପରିବାର ଲୋକ ଦୁଇଜଣଙ୍କ ସଂପର୍କକୁ ବିରୋଧ ମଧ୍ୟ  କରିଥିଲେ। ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଚଳିତ ବର୍ଷ ଫ୍ରେବୃଆରି ୨୮ ତାରିଖରେ ଗାଜିଆବାଦ କୋର୍ଟରେ  ଏହି ପ୍ରେମି ଯୁଗଳ ବିବାହ କରିଥିଲେ। ଗତ ଅକ୍ଟୋବର ମାସ ୧୫ ତାରିଖରେ ପୀଡିତା ତାଙ୍କ ସ୍ବାମୀଙ୍କ ସହ ସଂପର୍କୀୟ ଘରକୁ ଯାଇଥିଲେ।  ପୂର୍ବ ଯୋଜନା ଅନୁସାରେ ଅଭିଯୁକ୍ତ ସ୍ବାମୀ ଓ ତାର ତିନିଜଣ ସାଙ୍ଗ ମିଶି ପୀଡ଼ିତାଙ୍କ ସହ ରାତି ତମାମ ଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ପୀଡ଼ିତା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ବହୁ ଦିନ ବିତି ଯାଇଥିଲେ ମଧ୍ୟ  ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ  ନେଇ ନ ଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ପୋଲିସ ପଚାରଉଚାର କରିଥିଲା । ଅଭିଯୁକ୍ତ ସ୍ବାମୀ କହିଥିଲା ଯେ ତାଙ୍କ ସାଙ୍ଗମାନେ ତାକୁ ବହୁତ ଭଲ ପାଆନ୍ତି। ତାଙ୍କ ସୁଖଦୁଃଖର ସାଥୀ ତେଣୁ ତାଙ୍କ ସାଙ୍ଗମାନଙ୍କର କିଛି ଦୋଷ ନାହିଁ ବୋଲି ଅଭିଯୁକ୍ତ ସ୍ବାମୀ ସଫେଇ ଦେଇଥିଲା। ଅଭିଯୁକ୍ତ ସ୍ବାମୀର ଏପରି କଥା ଶୁଣିବା ପରେ ଉପସ୍ଥିତ ପୋଲିସ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ପର୍ଯ୍ୟନ୍ତ ଅଭିଯୁକ୍ତ ସ୍ବାମୀ ଓ ତାଙ୍କ ସାଙ୍ଗମାନଙ୍କୁ ପୋଲିସ  ଗିରଫ କରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.