Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉଭଣୀ ଘରକୁ ଆସିଥିବା ନାବାଳିକାଙ୍କୁ ରାସ୍ତାରୁ ଟେକିନେଇ ଗଣଦୁଷ୍କର୍ମ, ଅଭିଯୁକ୍ତ ଫେରାର

6/09/2019 at 9:56 AM

ମୁଜାଫରନଗର ୬।୯: ମୁଜାଫରନଗର ଜିଲ୍ଲାରେ ଭଉଣୀ ଘରକୁ ଆସିଥିବାବେଳେ ନାବାଳିକା ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ମାମଲା ରୁଜୁ କରାଯାଇଛି । ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ପୋଲିସ ସେମାନଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି ।

ସୂଚନା ଅନୁସାରେ ମୁଜାଫରନଗର ଜିଲ୍ଲା ବରୁରାଜ ଥାନା ଅଞ୍ଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଦେବରିୟା ଥାନା ଅଞ୍ଚଳରେ ଥିବା ନିଜ ଭଉଣୀଙ୍କ ଶ୍ବଶୁରଘରକୁ ଆସିଥିଲେ । ଭଉଣୀ ଘର ନିକଟରେ ଥିବା ନଳକୂପକୁ ଛାତ୍ରୀ ଜଣଙ୍କ ପାଣି ନେବା ପାଇଁ ଆସିଥିଲେ । ତାଙ୍କୁ ଏକୁଟିଆ ଦେଖି ସେଠାରେ ଆଗରୁ ଲୁଚି ରହିଥିବା ଦୁଇ ଜଣ ଯୁବକ ତାଙ୍କୁ ଜୋରଜବରଦସ୍ତ ନିକଟସ୍ଥ ଜଙ୍ଗଲକୁ ଉଠାଇନେଇଥିଲେ । ଛାତ୍ରୀଙ୍କ ସହ ସେଠାରେ ଦୁଷ୍କର୍ମ କରିଥିଲେ ।

ଫଳରେ ପୀଡିତା ଜଣଙ୍କ ଘରକୁ ଫେରି ଘଟଣା ସଂପର୍କରେ ଭଉଣୀଙ୍କ ଆଗରେ ପ୍ରକାଶ କରିଥିଲା । ପୀଡିତାଙ୍କ ଉଭଣୀ ଏବଂ ତାଙ୍କ ପରିବାର ଲୋକ ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ । ପ୍ରଥମ ଥାନା ଅଧିକାରୀ ମାମଲା ରଫାଦଫା କରିବାକୁ ଚେଷ୍ଟା କରିଥିଲେ । ମାତ୍ର ସ୍ଥାନୀୟ ଲୋକ ଏବଂ ଜନପ୍ରତିନିଧିଙ୍କ ପ୍ରତିବାଦ ପରେ ମାମଲା ରୁଜୁ କରିଥିଲେ ଥାନା ଅଧିକାରୀ ।

ଅନ୍ୟପଟେ ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ପୋଲିସ ପୀଡିତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।  

   Related Posts