ପୋଲସରାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ! ରାଉରକେଲାରେ ଏସବିଆଇ ଅଧିକାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

Published By : Prameya-News7 Bureau | November 15, 2018 IST

ଭୁବନେଶ୍ବର୧୫|୧୧: ଗଞ୍ଜାମ ଜିଲ୍ଲା ପୋଲସରାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୋଗ ପରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଯୁବତୀ ଜଣକ ଘରେ ଏକାକୀ ଥିବା ବେଳେ ୪ଜଣ ଯୁବକ ଘରେ ପଶି ବଳପୂର୍ବକ ତାଙ୍କୁ ଉଠାଇ ନେଇଥିଲେ । ପୋଲସରା ପୋଲିସ ୪ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଥିବା ବେଳେ ଏମକେସିଜିରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ପୀଡ଼ିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ତା’ର ତଦନ୍ତ ଚାଲିଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର । ସେହିଭଳି ଏସବିଆଇ ଗ୍ରାମୀଣ ସ୍ବରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ ନିର୍ଦେଶକଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ରାଉରକେଲା ସିଭିଲ୍‌ ଟାଉନସିପ୍‌ରେ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ  ଆସିଥିବା ୩୪ଜଣ ଯୁବତୀ ଟ୍ରେନିଂ ନେଉଛନ୍ତି । ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ବେକାର ଯୁବକଯୁବତୀଙ୍କୁ ସ୍ବାବଲମ୍ବୀ କରାଇବାକୁ ଏଭଳି ପ୍ରଶିକ୍ଷଣ କେନ୍ଦ୍ରମାନ କରାଯାଇଛି ।  ତେବେ ପ୍ରତିଷ୍ଠାନର ନିର୍ଦେଶକ ଏମାନଙ୍କୁ ବାରମ୍ବାର ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ପ୍ରତିବାଦ ସତ୍ବେ ନିର୍ଦେଶକଙ୍କ ଆଚରଣରେ କୌଣସି ପରିବର୍ତନ ନଆସିବାରୁ ବାଧ୍ୟ ହୋଇ ଏହି ଯୁବତୀମାନେ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବା ସହ ତଦନ୍ତ ଆରମ୍ଭ କରିଛି ରଘୁନାଥପଲ୍ଲୀ ଥାନା ପୋଲିସ । ତେବେ ଯୁବତୀମାନଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ପ୍ରତିଷ୍ଠାନର ନିର୍ଦେଶକ ରଞ୍ଜନ କୁମାର ନନ୍ଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.