କଟକରେ ୧୫ ବର୍ଷ ବୟସ୍କା ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | February 19, 2019 IST

କଟକ:୧୯/୨: ଅନୁଗୋଳ ଜିଲ୍ଲାର ଜଣେ ୧୫ ବର୍ଷୀୟ ନାବାଳିକାକୁ କଟକରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାକୁ ୫ ଜଣ ଯୁବକ ଶନିବାର ଠାରୁ ଅଟକ ରଖି ଗଣଦୁଷ୍କର୍ମ କରିଥିବା ଜିଆରପି ଥାନାରେ ଅଭିଯୋଗ ହୋଇଛି।

ଏକ ରାଲିରେ ଯୋଗଦେବା ପାଇଁ ଅନୁଗୋଳ ଜିଲ୍ଲାର ବନ୍ତଳା ଅଂଚଳରେ ନାବାଳିକା ଶନିବାର କଟକ ଆସିଥିଲା । ନାବାଳିକାର ଗାଁରୁ ୨ ଜଣ ଯୁବକ ମଧ୍ୟ ଏହି ରାଲିରେ ଆସିଥିଲେ। ଏହି ଯୁବକମାନେ ମଙ୍ଗଳାବାଗ ଅଂଚଳରେ ନାବାଳିକାକୁ ରଖିଥିଲେ। ରାତିରେ ପାଖ ଘରେ ରହୁଥିବା ୫ ଜଣ ଯୁବକ ତାକୁ ଗଣଦୁଷ୍କର୍ମ କରିଥିଲେ।

ନାବାଳିକା ଉପସ୍ଥିତ ବୁଦ୍ଧି ଖଟାଇ କୌଣସି ପ୍ରକାରେ ଘଟଣାସ୍ଥଳକୁ ଖସି ଆସିଥିଲା। ନାବାଳିକାକୁ ଚାଇଲ୍‌ଡ ଲାଇନ ଉଦ୍ଧାର କରିଛି। ନାବାଳିକା କହିଛି, ତାଙ୍କୁ ସେଠାରେ ବିକ୍ରି କରାଯାଇଥିଲା। ପୀଡ଼ିତାକୁ ମେଡିକାଲ ପରୀକ୍ଷା ପାଇଁ କଟକ ବଡ଼ଡାକ୍ତରଖାନା ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.