Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ବାର୍ଥଡେ ପାର୍ଟିରେ ସାଙ୍ଗମାନଙ୍କ ଦ୍ବାରା ଗଣଦୁଷ୍କର୍ମରେ ଶିକାର ହେଲା ଯୁବତୀ

29/07/2019 at 3:43 PM

ନୂଆଦିଲ୍ଲୀ୨୯|୭: ସୁଲତାନପୁରରେ ଯୁବତୀଙ୍କୁ ବାର୍ଥଡେ ପାର୍ଟିରେ ଗଣଦୁଷ୍କର୍ମ କଲେ ଦୃର୍ବୃତ୍ତ। ଏହି ଘଟଣା ପରେ ପୀଡିତାଙ୍କ ପରିବାର ଲୋକେ ରାଜପାର୍କରେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତ ମଧ୍ୟରୁ ପୋଲିସ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ନ ଆରମ୍ଭ କରିଦେଇଛି ।      

ସୂଚନା ମୁତାବକ, ୨୪ ବର୍ଷିୟା ଯୁବତୀ ଜଣଙ୍କ ରାଜପାର୍କ ଅଞ୍ଚଳରେ ନିଜ ପରିବାର ସହ ରୁହନ୍ତି। ଶୁକ୍ରବାର ଦିନ ଯୁବତୀଙ୍କ ଜନ୍ମଦିନ ଥିବାରୁ ଘର ପାଖରେ ଥିବା ସାଙ୍ଗ ଆରିଶ୍ ବାର୍ଥଡେ ପାର୍ଟି ଦେବ ବୋଲି କହିଥିଲେ। ଆରିଶ୍ ଯୁବତୀଙ୍କୁ ବାର୍ଥଡେ ପାର୍ଟି ଦେବେ କହି  ଏକ ଜନଶୂନ୍ୟ ସ୍ଥାନରେ ଥିବା ଘରକୁ ନେଇଯାଇଥିଲା। ସେଠାରେ ତାଙ୍କ ଆଉ ଜଣେ ସାଙ୍ଗ ସାଓ୍ବାନ ମଧ୍ୟ ଥିଲେ। ପ୍ରଥମେ ତିନି ଜଣ ମିଶି ଜନ୍ମଦିନ ସେଲିବ୍ରେସନ କରିଥିଲେ। ପରେ ଆରିଶ୍ ଓ ସାଓ୍ବାନ ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିଲେ।

ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ରାଜପାର୍କ ଅଞ୍ଚଳରେ ଛାଡିଦେଇ ଦୁଇ ଅଭିଯୁକ୍ତ ପଳାଇଥିଲେ। ପରିବାରରେ କାହାକୁ କହିବୁ ନାହିଁ ବୋଲି ଯୁବତୀଙ୍କୁ ମଧ୍ୟ ଧମକ ଦେଇଥିଲେ। ଦୁଷ୍କର୍ମ ପରେ ଯୁବତୀଙ୍କ ମାନସିକ ଅବସ୍ଥା ଭଲ ନଥିଲା। ଝିଅର ଏହିଭଳି ଅବସ୍ଥା ଦେଖି ପରିବାର ଲୋକେ ପଚାରିବାରୁ ସେ ସବୁ କଥା କହିଥିଲେ। ପୁଣି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

   Related Posts