ଛୁରୀ ଦେଖାଇ ଉଠାଇନେଲେ, ଗଣଦୁଷ୍କର୍ମ କରି ଫିଙ୍ଗିଦେଲେ ଘର ବାହାରେ

Published By : Prameya-News7 Bureau | October 10, 2019 IST

ପଟ୍ଟାମୁଣ୍ଡାଇ ୧୦।୧୦:  କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ଗତ ୬ତାରିଖ ରାତିରେ ଝିଅଟି ବାହାରକୁ ଉଠିଥିବା ବେଳେ ୨ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ଦୁଷ୍କର୍ମ ପରେ ୨ଜଣ ଯୁବକ ଘର ପାଖରେ ଛାତ୍ରୀଙ୍କୁ ଫୋପାଡି ଦେଇ ଚାଲିଯାଇଥିଲେ । ଘର ଲୋକେ ଖୋଜାଖୋଜି କରିବା ପରେ ମୁର୍ମୁଷୁ ଅବସ୍ଥାରେ ଛାତ୍ରୀଙ୍କୁ ପାଇଥିଲେ । ଏହି ଘଟଣାକୁ ଗାଁର କିଛି ଲୋକ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ଛାତ୍ରୀଙ୍କ ପରିବାର ଲୋକେ ରାଜି ନହେବାରୁ ଯୁବକଙ୍କ ଘରଲୋକେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି।

ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଆଳି ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିବା ସହ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଅପଟେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ପୀଡିତା ଛାତ୍ରୀଙ୍କର ଡାକ୍ତରୀ ମଇନା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.