ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ! ଗିରଫ ହେଲେ ୪ ଅଭିଯୁକ୍ତ

Published By : Prameya-News7 Bureau | December 15, 2019 IST

କଳାହାଣ୍ଡି ୧୫।୧୨: କଳାହାଣ୍ଡିରେ ଲଜ୍ଜା । ଭବାନୀପାଟଣା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।  ନାଳ ନିକଟକୁ ଟେକି ନେଇ ମହିଳାଙ୍କୁ ଜୋରଜବରଦସ୍ତ ତିନି ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଭବାନୀପାଟଣାର ସଦର ଥାନାରେ ଏତଲା ଦେଇଛନ୍ତି ପୀଡିତା ।

{"id":197899,"sizeSlug":"large"}

ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୀଡିତା ଏବଂ ୩ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି । ପୀଡିତାଙ୍କ ସ୍ବାମୀ ଗୋଆରେ କାମ କରନ୍ତି । ସାଥୀ ଶ୍ରମିକଙ୍କ ହାତରେ ସ୍ତ୍ରୀ ପାଖକୁ ହଜାରେ ଟଙ୍କା ଓ କିଛି ସାମଗ୍ରୀ ପଠାଇଥିଲେ । ଅଭିଯୁକ୍ତ ମହିଳାଙ୍କ ଘରେ ସମଗ୍ରୀ ଦେଇଥିବା ବେଳେ ଏଟିଏମରୁ ଟଙ୍କା ଉଠାଇ ଦେବା ବାହାନାରେ ପୀଡିତାଙ୍କୁ ଗୋବରା ଛକକୁ ଡାକି ନେଇଥିଲେ । ସେଠାରେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଫୋନରେ ଡାକିଥିଲେ । ଏହାପରେ ମହିଳାଙ୍କୁ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.