ସାବଧାନ ! ଲକଡାଉନରେ ବାହାରେ ବୁଲୁଛନ୍ତି ନର ପିଶାଚ : ଭାଇଙ୍କୁ ମାଡ଼ ମାରି କୂଅରେ ଫିଙ୍ଗି ଭଉଣୀକୁ ଗଣଦୁଷ୍କର୍ମ କଲେ ୭ଜଣ

Published By : Prameya-News7 Bureau | May 01, 2020 IST

ବୈତୁଲ ୧/୫: ମଧ୍ୟପ୍ରଦେଶରେ ଦୁଷ୍କର୍ମ ଘଟଣା କମିବାର ନାଁ ନେଉନାହିଁ। ଘଟଣାଟି ଘଟିଛି ବୁଧବାର ରାତିରେ। ଏଠାରେ ଜଣେ ଯୁବତୀ ନିଜ ଗାଁରୁ ଭାଇ ସହ ପେଟ୍ରୋଲ୍ ପମ୍ପରୁ ପେଟ୍ରୋଲ୍ ନେବାକୁ ଆସିଥିଲେ। ସେତେବେଳେ ଅଭିଯୁକ୍ତମାନେ ଯୁବତୀଙ୍କ ଭାଇଙ୍କୁ ମାଡ଼ ମାରି ତାଙ୍କୁ କୂଅରେ ଫିଙ୍ଗି ଦେଇଥିଲେ। ଏହା ପରେ ଅଭିଯୁକ୍ତମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।

ପୋଲିସ୍ ଏହି ଦୁଷ୍କର୍ମରେ ୭ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ୍ ୫ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରୁ ୩ଜଣ ଅଭିଯୁକ୍ତ ନାବାଳକ। ଫେରାର ଥିବା ୨ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ସୂଚନା ମୁତାବକ ସମସ୍ତ ଅଭିଯୁକ୍ତ ମୂଲିଆ କାମ କରୁଥିଲେ।

ଏହି ଅଭାବନୀୟ ଘଟଣା ବୈତୁଲ ଅଞ୍ଚଳର ପାଢ଼ର ପାଖରେ ଘଟିଥିବା କୁହାଯାଉଛି। ପାଢ଼ରର ନିକଟସ୍ଥ ଗାଁରୁ ଯୁବତୀ ନିଜ ଭାଇ ସହ ବାଇକରେ ପାଢ଼ର ଆସିଥିଲେ। ଅଭିଯୁକ୍ତମାନେ ପ୍ରଥମେ ଯୁବତୀଙ୍କ ଭାଇଙ୍କୁ ମାଡ଼ ମାରି ତାଙ୍କୁ ପାଖରେ ଥିବା କୂଅରେ ଫିଙ୍ଗି ଦେଇଥିଲେ। ଏହା ପରେ ୭ଜଣ ଅଭିଯୁକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।

ପୀଡ଼ିତା ପୋଲିସ୍ ନିକଟରେ ମାମଲା ରୁଜୁ କରିଛନ୍ତି। ପୋଲିସ୍ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରି ଦେଇଛି। ଏହି ଘଟଣାର ମୂକସାକ୍ଷୀ ଯୁବତୀଙ୍କ ଭାଇଙ୍କ କହିବା ଅନୁସାରେ ସେ ବୁଧବାର ରାତି ୮:୩୦ରେ ଭଉଣୀ ସହ ପେଟ୍ରୋଲ୍ ପମ୍ପରୁ ପେଟ୍ରୋଲ୍ ନେବାକୁ ଆସିଥିଲେ ଏବଂ ସେଠାରୁ ଫେରିବା ସମୟରେ ତାଙ୍କ ବାଇକର ହେଡଲାଇଟ୍ ଖରାପ ହୋଇଯାଇଥିଲା ଯାହାକୁ ସେମାନେ ସେଠାରେ ଠିକ୍ କରୁଥିଲେ। ସେମାନଙ୍କ ପଛରେ ୨ଟି ବାଇକରେ ୭ଜଣ ଆସିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ପ୍ରଥମେ ଆସି ତାଙ୍କୁ ଗାଳିଗୁଲଜ କରିଥିଲେ। ଏହା ପରେ ତାଙ୍କୁ ଧରି କୂଅରେ ଫିଙ୍ଗି ଦେଇଥିଲେ ତା’ପରେ ତାଙ୍କ ଭଉଣୀଙ୍କୁ ନେଇ ଯାଇଥିଲେ। ସେ କୂଅରୁ ବାହାରି ଘରକୁ ଫୋନ୍ କରିବାରୁ ତାଙ୍କ ଭାଇ ଏବଂ ଭଉଣୀ ପହଞ୍ଚିଥିଲେ। ଏହାପରେ ସେମାନେ ମିଶି ଭଉଣୀକୁ ଖୋଜିବାରୁ ଜଣେ ଅଭିଯୁକ୍ତ ଲୋକେଶ ଧରା ପଡ଼ିଥିଲା। ତା’ଠୁ ଆଧାର କାର୍ଡ଼ ନେଇ ରଖିଥିଲେ। ପୋଲିସକୁ ଫୋନ୍ କରିବାରୁ ସେ ଖସି ପଳାଇଥିଲା।

ଏପଟେ ଘଟଣା ପରେ ଲକଡାଉନ୍ ସମୟରେ ଏହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.