ନରପିଶାଚ : ୮୩ବର୍ଷୀୟା ବିଧବା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରି ଗିରଫ ହେଲେ ୧୯ ଏବଂ ୨୨ବର୍ଷୀୟ ଯୁବକ

Published By : Prameya-News7 Bureau | August 01, 2020 IST

ଚତରା ୧/୮: ଝାଡ଼ଖଣ୍ଡରୁ ଏକ ଲଜ୍ଜାକର ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ୮୩ବର୍ଷର ବୟସ୍କା ମହିଳାଙ୍କୁ ୨ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ଏହି ଘଟଣା ପରେ ଗାଁରେ ହଇଚଇ ସୃଷ୍ଟି ହୋଇଛି। ବର୍ତ୍ତମାନ ପୋଲିସ୍ ୨ଅଭିଯୁକ୍ତଙ୍କୁ ଗିରଫ କରିଛି। ଗାଁଲୋକେ ଏହି ୨ଜଣଙ୍କୁ ଫାଶୀ ଦଣ୍ଡ ପାଇଁ ଦାବି କରିଛନ୍ତି।

ଏହି ଘଟଣାଟି ଝାଡ଼ଖଣ୍ଡର ଚତରା ଜିଲ୍ଲାରେ ରାଜପୁର ଥାନା ଅଞ୍ଚଳର। ରାଜପୁର ଥାନା ଅଞ୍ଚଳର କେନ୍ଦୁଆ ସହୋର ଗାଁରେ ଗୁରୁବାର ରାତିରେ ଏହି ଘଟଣା ଘଟିଛି। ବୃଦ୍ଧା ଘରେ ଏକୁଟିଆ ଶୋଇଥିଲେ। ସେତିକି ବେଳେ ମଦ ନିଶାରେ ଚୁର ଥିବା ୨ଯୁବକ ମହିଳାଙ୍କ ଘରେ ପଶିଯାଇଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ପୋଲିସ୍ ୨ ଅଭିଯୁକ୍ତ ୨୨ବର୍ଷ ବୟସ୍କ ରାଜେଶ କୁମାର ସିଂହ ଏବଂ ୧୯ବର୍ଷ ବୟସ୍କ ରତନ ସିଂହଙ୍କୁ ଗିରଫ କରିଛି। ସୂଚନା ମିଳିବା କ୍ଷଣି କିଛି ଗାଁଲୋକେ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ। ଏପରିକି ପୀଡ଼ିତାଙ୍କୁ ପୋଲିସ ପାଖକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା।

କିନ୍ତୁ ପୀଡ଼ିତା କାହା କଥା ଶୁଣି ନଥିଲେ ଏବଂ ବାଡ଼ି ସହାୟତାରେ ପୋଲିସ ​‌ଷ୍ଟେସନ ପହଞ୍ଚି ଯାଇଥିଲେ। ଏହା ପରେ ପୋଲିସକୁ ସବୁ କଥା କହିଥିଲେ। ବୟସ୍କା ମହିଳାଙ୍କ ଅଭିଯୋଗ ଶୁଣି ଥାନାର ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେହି ଏକଥା ବିଶ୍ବାସ କରିନଥିଲେ। ଏହା ପରେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବା ପାଇଁ ପଠା ଯାଇଥିଲା । ତାହା ପରେ ଯାଇ ସତ ସାମନାକୁ ଆସିଥିଲା।

ପୋଲିସ୍ ତୁରନ୍ତ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କିଛି ଘଣ୍ଟା ମଧ୍ୟରେ ଗିରଫ କରିଥିଲା। ୨ ଅଭିଯୁକ୍ତ ମଧ୍ୟ ନିଜ ଦୋ​ଷ ସ୍ବୀକାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.