Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଅଶ୍ଳୀଳ ଭିଡିଓ କରି ବ୍ଲାକ୍‌ମେଲିଂ, ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା : ହନିଟ୍ରାପ୍ ଅଭିଯୋଗରେ ଧରାପଡିଲା ଗ୍ୟାଙ୍ଗ୍

13/04/2021 at 4:06 PM

ଲକ୍ଷ୍ନୌ ୧୩।୪: ଲକ୍ଷ୍ନୌ ସହରର ଡାକ୍ତର, ବ୍ୟବସାୟୀ ଏବଂ ଅନ୍ୟ କିଛି ଲୋକ ହନିଟ୍ରାପରେ ଧରାପଡି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିଥିଲେ । ପରେ ଏଭଳି କରିଥିବା ଗ୍ୟାଙ୍ଗ୍ ସେମାନଙ୍କୁ ବ୍ଲାକମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ । ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ୨ ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ସୋମବାର ସରୋଜନୀନଗର ଅଞ୍ଚଳରୁ ପୋଲିସ ଗିରଫ କରିଛି ।  ଗିରଫ ଦୁଇ ଜଣ ଯୁବକ ନକଲି କନଷ୍ଟେବଳ ହୋଇ ଏଫଆଇଆର କରିବାକୁ ଧମକ ଦେଉଥିଲେ।  ଜଣେ ପଶୁ ଚିକିତ୍ସକଙ୍କ ଅଭିଯୋଗ ଅନୁସାରେ ଡିସିପି ମଧ୍ୟ ଟିମ୍ ଏହି ପଦକ୍ଷେପ ନେଇଛନ୍ତି ।  ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୟୁନିଫର୍ମ, ଟଙ୍କା ଏବଂ କନଷ୍ଟେବଳଙ୍କ ୬ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି।  ଏମାନେ ଲକ୍ଷ୍ନୌର ୧୨ରୁ ଅଧିକ ଲୋକଙ୍କୁ ସେମାନଙ୍କର ଶିକାର କରିଛନ୍ତି।

ଡିସିପି ସୋମେନ୍ ବର୍ମାଙ୍କ ଅନୁଯାୟୀ, ଧରାପଡିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଜିଜୁଲ ହାସନ ସିଦ୍ଦିକି, ପଙ୍କଜ ଗୁପ୍ତା, ଅତୁଲ ସକ୍ସେନା ଏବଂ ଦୁଇ ଜଣ ମହିଳା ଅଛନ୍ତି। ଜଣେ ପଶୁ ଚିକିତ୍ସକ ପୋଲିସକୁ ସୂଚନା ଦେଇଥିଲେ ଯେ, କିଛି ଲୋକ ଲୋକ ତାଙ୍କରେ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ସହ ତାଙ୍କୁ ବ୍ଲାକମେଲ କରି ବହୁ ଟଙ୍କା ହଡପ କରିଥିବା ପୋଲିସ କହିଛି। ସେ କହିଛନ୍ତି ଯେ, ଏହି ଲୋକଙ୍କ ସହ ୩ ଜଣ ପୋଲିସ ମଧ୍ୟ ଜଡିତ ଅଛନ୍ତି ।

ଏଡିସିପି ଚିରଞ୍ଜୀବ ନାଥ ସିହ୍ନା କହିଛନ୍ତି ଯେ, ପୀଡିତଙ୍କ ସହ ଏକ ଦଳ ସରୋଜନୀନଗରରେ ପହଞ୍ଚିଥିଲେ । ଏହି ସମୟରେ ଏକ କାର୍ ଆସି ଅଟକିଥିଲା । ୨ ଜଣ ପୋଲିସ ୟୁନିଫର୍ମରେ ଏବଂ ଜଣେ ସାଦା ପୋଷାକରେ ଥିଲେ। ପଛ ସିଟରେ ଦୁଇ ଜଣ ମହିଳା ମଧ୍ୟ ଥିଲେ।  ଯେତେବେଳେ ପୀଡିତ ସେମାନଙ୍କ ପାଖକୁ ଯାଇଥିଲେ, ସେମାନେ ଟଙ୍କା ଦେବାକୁ କହିଥିଲେ।  ଠିକ୍ ସେତିକିବେଳେ ପୋଲିସ ଟିମ୍ ଏହି ଗ୍ୟାଙ୍ଗକୁ ଧରିଥିଲା।  ଏହି ଗ୍ୟାଙ୍ଗ୍ ସେମାନଙ୍କର ଅପରାଧ ସ୍ବୀକାର କରିଥିଲେ ।

   Related Posts