୧୭.୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗଣେଶଙ୍କ ଗୋଟିଏ ଲଡୁ,ଜାଣନ୍ତୁ କେଉଁଠି

Published By : Prameya-News7 Bureau | September 12, 2019 IST

ହାଇଦ୍ରାବାଦ - ହାଇଦ୍ରାବାଦରେ ହୋଇଥିବା ଗଣେଶଙ୍କର ଲଡୁର ନିଲାମୀରେ ବାଲାପୁର ଗଣେଶଙ୍କ ଲଡ୍ଡୁ ୧୭.୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।ଏହି ଲଡୁକୁ କୋଲାନୁ ରାମ ରେଡ୍ଡୀ ନାମକ ବ୍ୟାକ୍ତି କିଣିଛନ୍ତି । ବାଲାପୁର ଗଣେଶଙ୍କ ନିକଟରେ ଭୋଗ ଲାଗିଥିବା ୨୧ କିଲୋଗ୍ରାମର ଗୋଟିଏ ଲଡୁ ପାଇଁ ନିଲାମ ଡକାଯାଇଥିଲା ।ଏଥିରେ ୧୯ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

ଏହି ଲଡୁର ବିଶେଷତ୍ତ୍ୱ ହେଉଛି ଏହାର ଓଜନ ୨୧ କିଲୋଗ୍ରାମ ଓ ଏହା ଉପରେ ସୁନାର ଲେପ ଦିଆଯାଇଛି ।ନିଲାମ ହେବା ପରେ ଗଣେଶପୂଜାର ଆୟୋଜକମାନେ ଏକ ରୂପା ଥାଳିରେ ଏହି ଲଡୁକୁ କୋଲାନୁ ରେଡ୍ଡୀଙ୍କୁ ପ୍ରଦାନ କରିଥିଲେ ।

ନିଲାମୀପରେ ଗଣେଶଙ୍କ ସମ୍ମାନରେ ରେଡ୍ଡୀ ଏହି ଲଡୁଥାଳିକୁ ମୁଣ୍ଡରେ ଧରି ଗଣେଶ ବାହାନରେ ଚଢିଥିଲେ । କୋଲାନୁ ରେଡ୍ଡୀ ପେଷାରେ ଜଣେ ଚାଷୀ ଓ ବ୍ୟବସାୟୀ । ୨୦୧୮ ମସିହାରେ ୧୬.୬ ଲକ୍ଷ ଟଙ୍କାରେ ବାଲାପୁର ଗଣେଶଙ୍କ ଲଡୁ ବିକ୍ରି ହୋଇଥିଲା । ଏହାକୁ ୨୦୧୮ ମସିହାରେ ବାଲାପୁର ମଣ୍ଡଳ ଆର୍ଯ୍ୟ ବୈଶ୍ୟ ସଙ୍ଗମର ଅଧ୍ୟକ୍ଷ ତେରତ ପଲ୍ଲୀ ଶ୍ରୀନିବାସ ଗୁପ୍ତା କିଣିଥିଲେ ।

୧୯୯୪ ମସିହାଠାରୁ ଏଠାରେ ଗଣେଶଙ୍କର ଲଡୁ ନିଲାମ କରାଯାଉଛି । ପ୍ରଥମ ବର୍ଷା ୪୫୦ ଟଙ୍କାରେ ଲଡୁ ନିଲାମ ହୋଇଥିଲା । କୋଲାନୁ ରେଡି ଏହି ଲଡୁର ବିଜେତା ଥିଲେ । ସେ ଲଗାତାର ୫ ବର୍ଷ ପାଇଁ ଲଡୁକୁ ନିଲାମରେ ବିଜେତା ଥିଲେ ।

ବାଲାପୁର ଗଣେଶଙ୍କର ଲଡୁର ନିଲାମ ବିଜେତାକୁ ସୌଭାଗ୍ୟା ପ୍ରାପ୍ତି ହେଉଛି ବୋଲି ବିଶ୍ୱାସ ରହିଛି । ଏହି ଲଡୁକୁ ବାଣ୍ଟିବା ସହ ବିଜେତା ଏହାକୁ ନିଜ ଘରେ ଓ କ୍ଷେତରେ ବି ପକାଇ ଥାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.