ବାବା ବୁଢା ଗଣେଶଙ୍କ ନିରାଡ଼ମ୍ବର ବିସର୍ଜନ, କରୋନା କଟକଣା ମାନି ଅନୁଷ୍ଠିତ ହେଲା କାର୍ଯ୍ୟକ୍ରମ

Published By : Prameya-News7 Bureau | September 14, 2020 IST

ଭଦ୍ରକ ୧୪।୦୯: ଭଦ୍ରକ ଜିଲ୍ଲାର ଐତିହାସିକ ବାବା ବୁଢ଼ାଗଣେଶଙ୍କ ବିସର୍ଜନ ଶୋଭାଯାତ୍ରା ନିରାଡ଼ମ୍ବର ଭାବେ ପାଳିତ ହୋଇଛି । କରୋନାର କଟକଣା ଓ ଜିଲ୍ଲା ପ୍ରଶାସନର ନିୟମ ମାନି ଵାବା ବୁଢା ଗଣେଶ ପୂଜା କମିଟି ବିସର୍ଜନ କାର୍ଯ୍ୟକ୍ରମକୁ ନିରାଡ଼ମ୍ବର ଭାବେ ପାଳନ କରିଛି ।

ସେହିପରି ପୂର୍ବରୁ ୧ ମାସର ମେଢ ପୂଜା ପରେ ଭବ୍ୟ ଶୋଭାଯାତ୍ରାରେ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏଥର କରୋନା କଟକଣା ପାଇଁ ବାବାଙ୍କ ମଣ୍ଡପରେ କେବଳ ପୂଜକ ପୂଜା କରିବା ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ । ବିସର୍ଜନ ଦିବସରେ ଭକ୍ତଙ୍କୁ ଶୋଭାଯାତ୍ରାରେ ସାମିଲ ନହେବାକୁ ନିବେଦନ କରିଥିଲା କମିଟି । କରୋନା ନିୟମକୁ ମାନି ଅଳ୍ପ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ ସ୍ଥାନୀୟ ନଦୀ ଘାଟରେ ବିସର୍ଜନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.