Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବର୍ଷ ଟ୍ବିନ୍ ସିଟିରେ ହେବନି ଗଣେଶ ପୂଜା

13/08/2020 at 1:24 PM

ଭୁବନେଶ୍ବର ୧୩/୮: ଟ୍ବିନ୍ ସିଟିରେ ଗଣେଶ ପୂଜା ମନା। କରୋନା କଟକଣା ଯୋଗୁଁ ଏବର୍ଷ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ। ଗଣେଶ ପୂଜା ବନ୍ଦ କରିବାକୁ ନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ପୋଲିସ୍ କମିଶନରେଟ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ କଟକ,ଭୁବନେଶ୍ବରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଏବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

   Related Posts