ଆଜି ବିଘ୍ନରାଜ ଗଜାନନଙ୍କ ପୂଜା ; ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ଆୟୋଜନ

Published By : Prameya-News7 Bureau | September 13, 2018 IST

ଭୁବନେଶ୍ବର ୧୩|୯: ଆଜି ଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଅଗ୍ରପୁଜ୍ୟ ଗଜାନନ। ଗାଁଠୁ ସହର ସବୁଠି ଚଳଚଞ୍ଚଳ । ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ । ବିଘ୍ନ ବିନାଶକଙ୍କ ପାଇଁ ସବୁଠି ବ୍ୟାପକ ଆୟୋଜନ କରାଯାଇଛି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ୫୦୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନରାଜ । ବିଭିନ୍ନ ଆକୃତିର ସୁନ୍ଦର ସୁନ୍ଦର ଗଣେଶ ମୂର୍ତ୍ତି ସହ ପୂଜା ପେଣ୍ଡାଲ ଗୁଡିକରେ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ଆୟୋଜକ କମିଟି । ଗଣେଶ ପୂଜା ପାଇଁ ବିଶେଷ ଭାବେ ପ୍ରସିଦ୍ଧ ଜଟଣୀ ସହରରେ ଚଳିତ ବର୍ଷ ପ୍ରାୟ ୨୦୦ ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ । ସେହିଭଳି ଶିଳ୍ପ ନଗରୀ ତାଳଚେର ମଧ୍ୟ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ସମସ୍ତ ପୂଜା କମିଟି ସାଜ୍ଜସଜ୍ଜାକୁ ବେଶ୍ ଗୁରୁତ୍ବ ଦେଉଛନ୍ତି । ସହରର ୧୫୦ରୁ ଅଧିକ ସ୍ଥାନରେ ପୂଜା ପାଇବେ ଗଜାନନ । ଶାନ୍ତି ଶୃଙ୍ଖଳାରେ ପୂଜା ଶେଷ କରିବାକୁ ପ୍ରଶାସନ ଜାରି କରିଛି ଗାଇଡଲାଇନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.