ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଗାଁ ଠୁ ସହର : ଭୁବନେଶ୍ୱର ବଡ଼ଗଡ଼ରେ ଶୋଭା ପାଉଛନ୍ତି ୪୦ ଫୁଟିଆ ଗଣେଷ
13/09/2018 at 5:40 PM

ଭୁବନେଶ୍ୱର ୧୩/୯ : ବିଘ୍ନ ବିନାଶକଙ୍କ ପୂଜା । ଗାଁଠୁ ସହର ସବୁଠି ଚଳଚଞ୍ଚଳ । ଭୁବନେଶ୍ବର , ଜଟଣୀ, ତାଳଚେର ଆଦି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ, ସଂସ୍ଥା, କ୍ଲବ, ସାହି ଗଳିକନ୍ଦିରେ ଗଜାନନଙ୍କ ପୂଜା ଧୁମଧାମରେ ପାଳନ କରାଯାଇଛି ।
ଗଜାନନଙ୍କ ପୂଜା ପାଇଁ ଶିକ୍ଷାନୁଷ୍ଠାନରେ ନାହିଁ ନଥିବା ଉତ୍ସାହ ।ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି । ଛାତ୍ରଛାତ୍ରୀମାନେ ରୀତିନୀତି ଅନୁସାରେ ବିଘ୍ନ ବିନାଶକଙ୍କ ପୂଜା ନୀତି କରିଛନ୍ତି ।ଘଣ୍ଟଘଣ୍ଟା ଓ ପୁରୋହିତଙ୍କ ମନ୍ତ୍ରପାଠ ସହ ଧୂପ,ଦୀପ, ପୁଷ୍ପାଞ୍ଜଳି ଦେଇ ନଡିଆ ଭାଙ୍ଗି ଗଜାନନଙ୍କୁ ପୂଜା କରିଛନ୍ତି । ବିଦ୍ୟା, ବୁଦ୍ଧି,ଶାନ୍ତି ପାଇଁ ଶ୍ରୀ ଗଣେଷଙ୍କୁ ଆବାହନ କରିଛନ୍ତି ।
ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶଙ୍କ ପୂଜା ପାଇଁ କ୍ଲବ ମାନଙ୍କରେ ଆକର୍ଷଣୀ ପେଣ୍ଡାଲ ମାନ ଶୋଭା ପାଉଛି । ସିଜୁଆ ଦିବ୍ୟଜ୍ୟେ।ତୀ ଗାଁ କ୍ଲବ ପକ୍ଷରୁ ତିଆରି କରାଯାଇଛି ରହସ୍ୟମୟୀ ଗୁମ୍ଫା । ଥାଇଲ୍ୟାଣ୍ଡର ନାଙ୍ଗ ନାନ୍ ଗୁମ୍ଫା ଶୈଳିରେ ଏହାକୁ ନିର୍ମାଣ କରାଯାଇଛି । ସେହିପରି ବଡ଼ଗଡ଼ରେ ୪୦ ଫୁଟିଆ ଗଣେଷ ଦେଖିବାକୁ ଭିଡ଼ ଜମୁଛି । ୪୫ କିଲୋର ଲଡ଼ୁ ରଖାଯାଇଛି ଶ୍ରୀ ଗଣେଷ ଙ୍କ ଲାଗି । ସହିଦ ନଗର ସହିଦ କ୍ଲବରେ ହାତୀ ମୁଂଡ଼ ଭିତରେ ରହିଛନ୍ତି ବିଘ୍ନ ବିନାଶକ । ଫେ।ଫାଡ଼ି ଦିଆଯାଇଥିବା ଜିନିଷକୁ ବ୍ୟବହାର କରି ଏଠାରେ ଏହି ମେଢ ତିଆରି କରାଯାଇଛି ।
ସେହିଭଳି ଓଡ଼ିଶା ପ୍ରସିଦ୍ଧ ଜଟଣୀର ଗଣେଶ ପୂଜା ପାଇଁ ଜଟଣୀ ସହର ଚଳଚଞ୍ଚଳ । ରୀତିନୀତି ଅନୁସାରେ ବିଭିନ୍ନ ପୂଜା ପେଣ୍ଡାଲରେ ବିଘ୍ନ ବିନାଶକଙ୍କ ପୂଜା ନୀତି କରାଯାଇଛି ।ଚଳିତ ବର୍ଷ ସହରରେ ୩୦ଟି ବଡ଼ ପୂଜା ମଣ୍ଡପ ସହ ପ୍ରାୟ ୨ଶହରୁ ଉର୍ଦ୍ଧ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ ।ଏଠାରେ ଗଣେଶ ପୂଜାର ବିଶେସତ୍ବ ହେଲା ଗୋଟିଏ ମଣ୍ଡପରେ ପ୍ରଭୁ ଗଜାନନଙ୍କ ସହ ମା ସରସ୍ବତୀ ଓ ଲକ୍ଷ୍ମୀ ପୂଜା ପାଇଥାନ୍ତି। ଯାହାକି ଅନ୍ୟ କେଉଁଠାରେ ଦେଖିବାକୁ ମିଳିନଥାଏ ।
ସେହିଭଳି ଜୟପୁର ସହରରେ ବି ଆଜି ଗଣେଷ ପୂଜା ଧୁମଧାମରେ ପାଳନ କରାଯାଉଛି । ସକାଳୁ ସକାଳୁ ସହରର ବିଭିନ୍ନ ଶିକ୍ଷାନୁଷାନ ଗୁଡିକ ଚଳଚଂଚଳ ହୋଇଥିବା ଦେଖିବାକୁ ମିଳିଥିଲା । ଶିକ୍ଷାନୁଷ୍ଠାନରେ ସକାଳୁ ପୂଜା ସରିଥିବା ବେଳେ ଅପରାହ୍ନରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା କାର୍ଯ୍ୟ ସମାପନ ହୋଇଥିଲା ।ଚଳିତ ବର୍ଷ ସହରରେ ୧୦୦ରୁ ଅଧିକ ମଣ୍ଡପରେ ପୂଜା ପାଉଁଛନ୍ତି ଗଜାନନ । ପୂଜାକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ପ୍ରଶାସନ ତରଫରୁ ଅନେକ କଟକଣା ଜାରି କରାଯାଇଛି। ବାଣ ଫୁଟାଇବା ସହ ଡିଜେ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶ ବିଦେଶରେ ବି ବେଶ ଧୂମଧାମରେ ପାଳନ କରାଯାଇଛି ଗଣେଶ ପୂଜା ।