ଗଣେଶଙ୍କୁ ଦୁବ କାହିଁକି ଏବଂ କେଉଁ ଉପାୟରେ ଅର୍ପଣ କରାଯାଏ ଆସନ୍ତୁ ଜାଣିବା

Published By : Prameya-News7 Bureau | June 20, 2019 IST

ଭୁବନେଶ୍ୱର ୨୦/୬ : ଆଜି ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି । ଏହି ତିଥିକୁ ଗଣେଶ ଚତୁର୍ଥୀ ବ୍ରତ ମଧ୍ୟ କୁହାଯାଇଥାଏ । ଏହିଦିନ ଭଗବାନ ଗଣେଶଙ୍କ ବିଶେଷ ପୂଜାର୍ଚ୍ଚନା ହୋଇଥାଏ । ଗଣେଶଙ୍କୁ ପୂଜା କଲାବେଳେ ଦୁବ ନିଶ୍ଚୟ ଅର୍ପଣ କରିବା ଉଚିତ । ଦୁବ ଅର୍ପଣ କଲାବେଳେ ଗଣେଶଙ୍କ ୧୧ଟି ବିଶେଷ ମନ୍ତ୍ର ଜପ କରିବା ଉଚିତ । ଗଣେଶ ଭଗବାନଙ୍କୁ କାହିଁକି ଦୁବ ଅର୍ପଣ କରାଯାଏ ଆସନ୍ତୁ ଜାଣିବା :

{"id":125019}

ଅନଲାସୁର ନାମକ ଏକ ରାକ୍ଷସ ଥିଲା । ଏହି ରାକ୍ଷସ ଦେବଲୋକରେ ଆତଙ୍କ ଖେଳାଇ ଥିଲା । ରାକ୍ଷସର ଆତଙ୍କକୁ କୌଣସି ଦେବତା ବିନାଶ କରିପାରୁନଥିଲେ । ସେତେବେଳେ ଗଣେଶ ଅନଲାସୁରକୁ ଗିଳି ପକାଇଥିଲେ । ଯେଉଁଥିପାଇଁ ଗଣେଶଙ୍କ ପେଟ ପ୍ରବଳ ବିନ୍ଧିଥିଲା । ତାଙ୍କ ପେଟରେ ଜ୍ବଳନ ହୋଇଥିଲା । ଏତେ ଜ୍ବଳନ ହେଲା ଯେ ଗଣେଶ ସହ୍ୟ କରିପାରିଲାନି । ଜ୍ବଳନରୁ ରକ୍ଷା ପାଇବା ପାଇଁ ଋଷିମାନେ ଗଣେଶଙ୍କୁ ଖାଇବା ପାଇଁ ଦୁବ ଦେଇଥିଲେ । ଦୁବ ଖାଇବା ମାତ୍ରେ ଗଣେଶଙ୍କ ପେଟର ଜ୍ବଳନ ଭଲ ହୋଇଯାଇଥିଲା । ସେହିଦିନ ଠାରୁ ଗଣେଶଙ୍କୁ ଦୁବ ଅର୍ପଣ କରିବା ପରମ୍ପରା ଆରମ୍ଭ ହୋଇଥିଲା ।

{"id":125020}

ଗଣେଶଙ୍କୁ ଦୁବ ଏକ ସ୍ୱତନ୍ତ୍ର ଉପାୟରେ ଅର୍ପଣ କରାଯାଇଥାଏ । ଦୁବକୁ ଯୋଡି ଗଣେଶଙ୍କୁ ଅର୍ପଣ କରାଯାଇଥାଏ । ୨୨ଟି ଦୁବକୁ ଯୋଡି ୧୧ ଯୋଡ଼ା ପ୍ରସ୍ତୁତ କରି ଗଣେଶଙ୍କୁ ଅର୍ପଣ କରାଯାଇଥାଏ । କୌଣସି ମନ୍ଦିର ପ୍ରାଙ୍ଗଣ କିମ୍ବା ସଫା ଜାଗାରେ ହୋଇଥିବା ଦୁବ ହିଁ ଗଣେଶଙ୍କୁ ଅର୍ପଣ କରିବା ଉଚିତ । ଦୁବକୁ ପ୍ରଥମେ ସଫା ପାଣିରେ ଧୋଇ ତାପରେ ପୂଜା କରିବା ଉଚିତ । ୧୧ ଯୋଡ଼ା ଦୁବ ଅର୍ପଣ କଲାବେଳେ ଗଣେଶଙ୍କ ୧୧ଟି ମନ୍ତ୍ର ଜପ କରିବା ଉଚିତ ।

{"id":125021}

ଏହି ୧୧ଟି ମନ୍ତ୍ର ହେଲା : ଓଁ ଗଂ ଗଣପତୟେ ନମଃ , ଓଁ ଗଣାଧିପତି ନମଃ , ଓଁ ଉମାପୁତ୍ରାୟ ନମଃ , ଓଁ ବିଘ୍ନନାଶନାୟ ନମଃ , ଓଁ ବିନାୟକାୟ ନମଃ , ଓଁ ଇଷାପୁତ୍ରାୟ ନମଃ , ଓଁ ସର୍ବସିଦ୍ଧିପ୍ରଦାୟ ନମଃ , ଓଁ ଏକଦନ୍ତାୟ ନମଃ , ଓଁ ଇଭବକ୍ତ୍ରାୟ ନମଃ , ଓଁ ମୁଷକବାହନାୟ ନମଃ , ଓଁ କୁମାରଗୁରବେ ନମଃ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.