ଜୟପୁରରେ ଧୁମ୍ଧାମ୍ରେ ଚାଲିଛି ଗଜାନନଙ୍କ ପୂଜାର୍ଚ୍ଚନା
13/09/2018 at 12:28 PM

କୋରାପୁଟ ୧୩|୯: ଆଜି ଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଅଗ୍ରପୁଜ୍ୟ ଗଜାନନ। ଗାଁଠୁ ସହର ସବୁଠି ଚଳଚଞ୍ଚଳ । ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ । ବିଘ୍ନ ବିନାଶକଙ୍କ ପାଇଁ ସବୁଠି ବ୍ୟାପକ ଆୟୋଜନ କରାଯାଇଛି । ବିଭିନ୍ନ ଆକୃତିର ସୁନ୍ଦର ସୁନ୍ଦର ଗଣେଶ ମୂର୍ତ୍ତି ସହ ପୂଜା ପେଣ୍ଡାଲ ଗୁଡିକରେ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ଆୟୋଜକ କମିଟି । ଜୟପୁର ସହର ମଧ୍ୟ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ଚାରିଆଡେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା କରାଯାଉଛି ।