Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବିଶ୍ବାସ ହେଉନଥିଲେ ବି ସତ ! ଗଶେଶ ମୂର୍ତ୍ତିର ଦାମ ୧୦୦୦ କୋଟି ଟଙ୍କା, ଏହା ପଛରେ ରହିଛି ରୋଚକ କାହାଣୀ

9/09/2021 at 9:18 PM

ନୂଆଦିଲ୍ଲୀ ୯/୦୯: ଦେଶର ବିଭିନ୍ନ ସ୍ଥାନରେ ଏବେ ଗଣେଶ ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଯଦିଓ କରୋନା କଟକଣା ପୂଜା ପାଇଁ ବାଧକ ସାଜିଛି କିନ୍ତୁ ଶ୍ରଦ୍ଧାଳୁଙ୍କୁ ନିଜର ଭଗବାନଙ୍କୁ ଆରାଧନା ପାଇଁ ରୋକିପାରିବ ନାହିଁ । ସବୁଠି ନିଜ ନିଜର ବଜେଟ ଅନୁସାରେ ଲୋକେ ମୂର୍ତ୍ତି ସ୍ଥାପନ କରିବା ସହ ପୂଜାପାଠ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏମିତି ଏକ ସ୍ଥାନ ରହିଛି ଯେଉଁଠି ୧୦୦୦ କୋଟି ଟଙ୍କାର ଗଣେଶ ମୂର୍ତ୍ତି ପୂଜା ପାଆନ୍ତି । ହଜାରେ କୋଟିର ଗଣପତି। ହଁ ଆଜ୍ଞା ଏହି ମୂର୍ତ୍ତି ସୁରଟର ଜଣେ ହୀରା ବ୍ୟବସାୟୀଙ୍କ ପାଖରେ ରହିଛି।

୨୦ ବର୍ଷ ପୂର୍ବେ ବେଲଜିୟମରୁ ହୀରା କିଣୁଥିବା ବେଳେ ତାଙ୍କୁ ଏହି ହୀରା ମିଳିଥିଲା। ଯାହାର ଆକୃତି ବିଲକୁଲ ଗଣପତିଙ୍କ ପ୍ରତିମା ଭଳି ଥିଲା । ତେଣୁ ବ୍ୟବସାୟୀ ଜଣଙ୍କ ଏହି ହୀରାକୁ ନିଜ ଘ​‌ରେ ରଖି ପୂଜା କରୁଛନ୍ତି। ଏବେ ଏହି ହୀରାର ମୂଲ୍ୟ ହଜାରେ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।  ତେବେ ବ୍ୟବସାୟୀ ଏହି ହୀରା କିଣିବା ବେଳେ ତାଙ୍କୁ ଜଣାନଥିଲା। ଘରେ ପହଞ୍ଚିବା ପରେ ତାଙ୍କ ବାପା କହିଥିଲେ, ଏହି ହୀରା ଅବିକଳ ଗଶେଶ ପ୍ରତିମା ଭଳି ଲାଗୁଛି। ପରେ ପରିବାର ଲୋକେ ଏହି ହୀରାକୁ ସବୁଦିନ ପାଇଁ ରଖିଦେବାକୁ ନିଷ୍ପତ୍ତି କରିଥିଲେ।

ଭଗବାନ ଘରକୁ ଆସିବା ପରଠୁ ଘରର ସମସ୍ତ ସମସ୍ୟ ଦୂର ହୋଇଗଲା ଏବଂ ସଦସ୍ୟଙ୍କ ଆସ୍ଥା ଆହୁରି ମଜଭୁତ ହୋଇଗଲା। ସୁରଟର ହୀରା ବ୍ୟବସାୟୀ କନୁ ଭାଇ ଆସୋଦାରିଆଙ୍କ ମତରେ ଏହି ହୀରା ଦୁର୍ଲଭ ହୋଇଥିବା ବେଳେ ବହୁ ପୁରୁଣା। କୋହିନୁର ହୀରା ୧୦୪ କ୍ୟାରେଟ ହୋଇଥିବା ବେଳେ ଏହି ହୀରା ୧୮୪ କ୍ୟାରେଟ। ୨୦୧୯-୨୦ରେ ବଜାରରେ ଏହାର ମୂଲ୍ୟ ୫୦୦ରୁ ୬୦୦ କୋଟି ଥିଲା।  ଏବେ କେବଳ କନୁ ଭାଇଙ୍କ ପରିବାର ନୁହେଁ ବରଂ ବହୁ ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଏହି ପ୍ରତିମାଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ।

   Related Posts