ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ : ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ, ସବୁଠି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା

Published By : Prameya-News7 Bureau | September 02, 2019 IST

ଭୁବନେଶ୍ବର ୨୯: ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଗଜାନନ । ଚଳଚଞ୍ଚଳ ପୁର ପଲ୍ଲୀ । ସବୁଛି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା । ବିଶେଷ କରି ରାଜଧାନୀ ଭୁବନେଶ୍ବର, ଜଟଣୀ ଓ ତାଳଚେରେ ଧୁମଧାମରେ ପୂଜା କରାଯାଉଛି ।

{"id":152038}

ଜଟଣୀରେ ୧୦୦ରୁ ଉର୍ଦ୍ଧ ମଣ୍ଡପ, ତାଳଚେରରେ ୭୦ରୁ ଅଧିକ ମଣ୍ଡପରେ ଶ୍ରୀଗଣେଷଙ୍କ ପୂଜା ଆୟୋଜନ ହୋଇଛି । କେଉଁଠି ସୁଉଚ୍ଚ ତୋରଣ ଆଉ କେଉଁଠି ଗଜାନନଙ୍କ ବିଶାଳ ମୂର୍ତ୍ତି ଶୋଭା ପାଉଛନ୍ତି । ତା ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକସଜ୍ଜା ପୂଜା ମାହୋଲକୁ ଆହୁରି ରଙ୍ଗୀନ କରିଛି । ପୂଜାରେ ଯେପରି ବାଧାବିଘ୍ନ ନ ହୁଏ ସେଥିପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.