ଖଣ୍ଡଗିରିରେ ଗାନ୍ଧି ଶାନ୍ତି କେନ୍ଦ୍ର ଲୋକାର୍ପିତ

Published By : Prameya-News7 Bureau | February 22, 2020 IST

ଭୁବନେଶ୍ବର  ୨୨/୨: ଭୁବନେଶ୍ବର ଖଣ୍ଡଗିରିରେ ଗାନ୍ଧି ଶାନ୍ତି କେନ୍ଦ୍ର ଉଦଘାଟିତ । ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍ ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ୫ ଏକର ଜାଗାରେ ନିର୍ମତ ଏହି ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାନ୍ତି କେନ୍ଦ୍ରକୁ ପରିଦର୍ଶନରେ ଆସୁଥିବା ଲୋକେ ଗାନ୍ଧିଜୀଙ୍କ ନୀତି ଆର୍ଦଶ ଓ ଅହିଂସା ଭାବକୁ ଭଲ ଭାବରେ ଅନୁଭବ କରିପାରିବେ ।

{"id":227509,"sizeSlug":"large"}

। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଗାନ୍ଧିଜୀଙ୍କ ଜୀବନୀକୁ ନେଇ ଏଠାରେ ରହିଛି ଭିନ୍ନ ଭିନ୍ନ ଗ୍ୟାଲେରୀ । ଅଂହିସା ଗ୍ୟାଲେରୀ, ଏକବିଂଶ ଶତାଦ୍ଦୀରେ ମହାତ୍ନା, ମୋହନଦାଶରୁ ମହାତ୍ନା, ମହାତ୍ନାରୁ ବାପୁ, ଗାନ୍ଧୀ ଆଦର୍ଶ ଓ ପ୍ରେରଣାଦାୟକ ଏବଂ ଚିରନ୍ତନ ଗାନ୍ଧୀ ଭଣ୍ଡାର ଆଦି ଗ୍ୟାଲେରୀ ରହିଛି । ସବୁ ଗ୍ୟାଲେରୀକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବା ଡ଼ିଜିଟାଇଲେଜନ କରାଯାଇଛି । ହିନ୍ଦି, ଇଂରୀଜୀ ଏବଂ ଓଡ଼ିଆରେ ମାହାତ୍ନା ଗାନ୍ଧିଙ୍କ କାହାଣୀ ଶୁଣିପାରିବେ ପରିଦର୍ଶନରେ ଆସୁଥିବା ଲୋକେ । ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବା ସହିତ ନିଜେ ସବୁ ଗ୍ୟାଲେରୀ ବୁଲି ଦେଖିଥିଲେ ।

ଖଣ୍ଡଗିରି ଓ ଉଦୟଗିରି ନିକଟରେ ଥିବା ପୁରୁଣା ମ୍ୟାଥମେଟିକ୍ସ ରିସର୍ଚ ସେଣ୍ଟରକୁ ଭଙ୍ଗାଯାଇ ପ୍ରତିଷ୍ଠା ହୋଇଛି ଗାନ୍ଧି ଶାନ୍ତି କେନ୍ଦ୍ର । ଶାନ୍ତି କେନ୍ଦ୍ରକୁ ଯିବାକୁ କୌଣସି ପ୍ରବେଶ ଫି ରଖାଯାଇନି । ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ଦିନ ୧୧ ଟାରୁ ସଂଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଶାନ୍ତି କେନ୍ଦ୍ର ଖୋଲା ରହିବ ।

{"id":227508,"sizeSlug":"large"}

ଗାନ୍ଧି ଶାନ୍ତି କେନ୍ଦ୍ର ପାଇଁ ୨୦୧୭ ମେ’ ରେ ପର୍ଯ୍ୟଟନ ବିଭାଗ ଏବଂ ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍‌ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା । ଏହି କେନ୍ଦ୍ର ଦ୍ବାରା ଦେଶ ବିଦେଶରେ ଗାନ୍ଧୀଜୀଙ୍କ ମୂଳନୀତିର ପ୍ରଚାର ପ୍ରସାର ହୋଇପାରିବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.