ସମ୍ବଲପୁରରେ ଅଛି ଦେଶର ପ୍ରଥମ ଗାନ୍ଧୀ ମନ୍ଦିର, ବର୍ଷ ସାରା ପୂଜା ପାଇଥାନ୍ତି ମହାତ୍ମା

Published By : Prameya-News7 Bureau | October 02, 2021 IST

ସମ୍ବଲପୁର, ୦୨/୧୦:    ସମ୍ବଲପୁର ଭତରାଠାରେ ରହିଛି ଭାରତର ପ୍ରଥମ ଗାନ୍ଧୀ ମନ୍ଦିର ।  ଯେଉଁଠି ଭଗବାନଙ୍କ ମୂର୍ତ୍ତି ବଦଳରେ ରହିଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି । ୩୬୫ ଦିନ ଧରି ସେଠାରେ ମହାତ୍ମା ଗାନ୍ଧୀଙ୍କ ପୂଜା କରାଯାଉଥିବାବେଳେ ଗାନ୍ଧୀ ଜୟନ୍ତ୍ରୀରେ ବହୁ ଲୋକଙ୍କ ଭିଡ ଜମେ ।

ନେତାଙ୍କଠାରୁ ମନ୍ତ୍ରୀ ସମସ୍ତେ ମନ୍ଦିର ଯାଇ ପୂଜା କରିବା ସହ ଗାନ୍ଧୀ ଜୟନ୍ତୀ ପାଳନ କରିଥାନ୍ତି |  ରେଢାଖୋଲର ତତ୍କାଳୀନ ବିଧାୟକ ଅଭିମନ୍ୟୁ କୁମ୍ଭାର ୧୯୭୨ ମସିହାରେ ଏହି ଗାନ୍ଧୀ ମନ୍ଦିରରକୁ ସମ୍ବଲପୁର ସହରର ଭତରା ଠାରେ ନିର୍ମାଣ କରିଥିଲେ | ୧୯୭୪ ମସିହାରେ ଓଡିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହାକୁ ଉଦଘାଟନ କରିଥିଲେ ।

ସର୍ବଧର୍ମ ସମନ୍ୱୟ ଓ ଅହିଂସାର ବାର୍ତ୍ତା ଦିଏ ଏହି ମନ୍ଦିର । ଜାତି ଧର୍ମବର୍ଣ୍ଣ ନିର୍ବିଶେଷରେ ଅହିଂସାର ବାର୍ତ୍ତା ଦେଉଥିବା ଏହି ମନ୍ଦିରରେ ଆଜି ଗାନ୍ଧୀ ଜୟନ୍ତ୍ରୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.