Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଏ ହେଉଛି ଗାନ୍ଧୀ ପରିବାରର ୩ ଟ୍ରଷ୍ଟ, ଯାହାର ତଦନ୍ତ ପାଇଁ କମିଟି ଗଠନ କଲା ଗୃହ ମନ୍ତ୍ରଣାଳୟ

8/07/2020 at 3:48 PM

ନୂଆଦିଲ୍ଲୀ ୦୮।୦୭: ଗୃହ ମନ୍ତ୍ରଣାଳୟ ଗାନ୍ଧୀ ପରିବାର ସହ ସମ୍ବନ୍ଧିତ ତିନୋଟି ଟ୍ରଷ୍ଟର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଛି। ରାଜୀବ ଗାନ୍ଧୀ ଫାଉଣ୍ଡେସନ, ରାଜୀବ ଗାନ୍ଧୀ ଚାରିଟେବଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ଉପରେ ଆର୍ଥିକ ଅନିୟମିତତା ଅଭିଯୋଗ ହେବା ପରେ ମନ୍ତ୍ରଣାଳୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଅନୁଯାୟୀ ଏକ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଏହି ତିନୋଟି ଟ୍ରଷ୍ଟର ଯାଞ୍ଚ କରିବେ। ତିନୋଟି ଟ୍ରଷ୍ଟ ଉପରେ ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(PMLA), ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ(FCRA) ଓ ଆୟକର ବିଭାଗ ଆକ୍ଟର ପ୍ରାବଧାନ ଉଲ୍ଲଂଘନର ଅଭିଯୋଗ ହୋଇଛି। ଗୃହ ମନ୍ତ୍ରଣାଳୟ ଅନୁଯାୟୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ସ୍ଵତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ପ୍ରମୁଖ ରହିବେ। ଆସନ୍ତୁ ଜାଣିବା ଏହି ତିନି ଟ୍ରଷ୍ଟ ବିଷୟରେଃ।

ରାଜୀବ ଗାନ୍ଧୀ ଫାଉଣ୍ଡେସନ(RGF)

ରାଜୀବ ଗାନ୍ଧୀ ଫାଉଣ୍ଡେସନର ସ୍ଥାପନା ୧୯୯୧ ଜୁନ ୨୧ରେ ହୋଇଥିଲା। ଫାଉଣ୍ଡେସନର ଅଧିକାରୀ ଓ୍ଵେବ୍‌ସାଇଟ୍‌ ଅନୁଯାୟୀ, ୧୯୯୧ ରୁ ୨୦୦୯ ସୁଦ୍ଧା ଟ୍ରଷ୍ଟ ସ୍ଵାସ୍ଥ୍ୟ, ଅଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମହିଳା ଏବଂ ଶିଶୁ ବିକାଶ, ପଞ୍ଚାୟତି ରାଜ  ପରି ଅନେକ କ୍ଷେତ୍ରରେ କାମ କରିଛି। ୨୦୧୦ରେ ଫାଉଣ୍ଡେସନ ଶିକ୍ଷା ଉପରେ ଫୋକସ୍‌ କରିବାକୁ ନିଷ୍ପତ୍ତି ନେଇଛି। ଏହି ଫାଉଣ୍ଡେସନର ସଭାପତି ସୋନିଆ ଗାନ୍ଧୀ ଅଛନ୍ତି। ଟ୍ରଷ୍ଟିରେ ମନମୋହନ ସିଂହ, ପି ଚିଦାମ୍ବରମ, ମୋଣ୍ଟେକ ସିଂହ ଆଲୁଓ୍ଵାଲିଆ, ସୁମନ ଦୁବେ, ରାହୁଲ ଗାନ୍ଧୀ, ଅଶୋକ ଗାଙ୍ଗୁଲି, ସଞ୍ଜୀବ ଗୋୟନକା ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଦି ସଦସ୍ୟ ସାମିଲ।

ରାଜୀବ ଗାନ୍ଧୀ ଚାରିଟେବଲ ଟ୍ରଷ୍ଟ(RGCT)

ଏକ ପଞ୍ଜିକୃତ ଅଣ ଲାଭକାରୀ ସଂସ୍ଥା ରୂପେ ଟ୍ରଷ୍ଟର ସ୍ଥାପନା ୨୦୦୨ରେ ହୋଇଥିଲା। ଏହାର ଉଦ୍ଦେଶ୍ୟ ଦେଶର ଗରିବଙ୍କୁ ସହାୟତା କରିବା ଥିଲା, ବିଶେଷ କରି ଗ୍ରାମାଞ୍ଚଳରେ। ଅଧିକାରୀ ଓ୍ଵେବସାଇଟ୍‌ ଅନୁଯାୟୀ, ଏହି ସଂସ୍ଥା ସଂପ୍ରତି ଉତ୍ତର ପ୍ରଦେଶ ଓ ହରିୟାଣାର ସବୁଠୁ ଗରିବ ଓ ପଛୁଆ ଅଞ୍ଚଳରେ କାମ କରୁଛି। ଏହାର ଦୁଇଟି ଯୋଜନା ରାଜୀବ ଗାନ୍ଧୀ ମହିଳା ବିକାଶ ପରିଯୋଜନା(RGMVP) ଓ ଇନ୍ଦିରା ଗାନ୍ଧୀ ଆଇ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର((IGEHRC)। ଦାବି କରାଯାଏ ଯେ, ଉତ୍ତର ପ୍ରଦେଶରେ ମହିଳା ସଶକ୍ତିକରଣ ପାଇଁ RGMVP ସବୁଠୁ ବଡ ମୋବଲାଇଜେସନ କାର୍ଯ୍ୟକ୍ରମ ପରିଚାଳନା କରୁଛି। ଅନ୍ୟପକ୍ଷେ IGEHRC ୧୨ଟି ଜିଲ୍ଲାରେ ଆଇ କେୟାର ସୁବିଧା ଉପପବ୍ଧ କରୁଛି।

ଇନ୍ଦିରା ଗାନ୍ଧୀ ମେମୋରିୟାଲ ଟ୍ରଷ୍ଟ(IGMT)

ଟ୍ରଷ୍ଟର ଅଧିକାରୀ ଓ୍ଵେବସାଇଟ୍‌ ଅନୁଯାୟୀ, ଏହାର ଆରମ୍ଭ ୨୦୦୧ରେ କଳା ଓ ବିଜ୍ଞାନ କଲେଜ୍‌ରୁ ହୋଇଥିଲା। ପରେ ଟ୍ରଷ୍ଟ ଜରିଆରେ ଡେଣ୍ଟାଲ କଲେଜ, ଇଞ୍ଜିନିୟରିଂ କଲେଜ, ପାରାମେଡିକାଲ କଲେଜ, ଫାର୍ମାସୀ କଲେଜ ମଧ୍ୟ ସାମିଲ ହୋଇଥିଲା। ଓ୍ଵେବସାଇଟ୍ ଅନୁଯାୟୀ ଟ୍ରଷ୍ଟର ସଭାପତି କେଏମ ପାରିଠ କରୁଛନ୍ତି। ଏହା ବ୍ୟତୀତ ଡଃ କେପି ଶିୟାସ ମହାସଚିବ ଅଛନ୍ତି। ଡ କେପି ସିଆଦ ସିଇଓ ଓ କେପି ଶିବୁ ପରିଚାଳକ ନିର୍ଦ୍ଦେଶକ ଅଛନ୍ତି।

   Related Posts