Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଗାନ୍ଧାରର ରାଜା ଶକୁନିଙ୍କୁ ମହାଭାରତ ଯୁଦ୍ଧରେ କିଏ ଓ କେମିତି ବଧ କରିଥିଲେ ଜାଣନ୍ତୁ

28/03/2019 at 5:59 PM

ଭୁବନେଶ୍ୱର ୨୩/୩ : ମହାଭାରତର ମୁଖ୍ୟ ଚରିତ୍ରମାନଙ୍କ ମଧ୍ୟରୁ ଶକୁନି ଜଣେ | ସେ ଗାନ୍ଧାରୀଙ୍କ ଭାଇ ଏବଂ କୌରବ, ପାଣ୍ଡବଙ୍କ ମାମୁଁ ଥିଲେ | ଶକୁନି ନିଜ ଭଉଣୀ ଘରେ ହସ୍ତୀନାପୁରରେ ରହୁଥିଲେ | ଯେଉଁ ଉଦ୍ଦେଶ୍ୟରେ ଗାନ୍ଧାରୀଙ୍କ ବିବାହ ଧୃତରାଷ୍ଟ୍ରଙ୍କ ସହିତ କରାଯାଇଥିଲା, ସେହି ଉଦ୍ଦେଶ୍ୟକୁ ପୁରା କରିବା ପାଇଁ ଶକୁନି ହସ୍ତୀନାପୁରରେ ରହୁଥିଲେ | ମହାଭାରତ ଯୁଦ୍ଧର କାରଣ ମଧ୍ୟ ଶକୁନି | ଶକୁନି ନିଜ ଭଣଜା ଅର୍ଥାତ ପାଣ୍ଡବଙ୍କ ପାଇଁ ଭଲ ଚିନ୍ତା କରୁଥିଲା କିନ୍ତୁ ଧର୍ମ ଏବଂ ନୀତି ବିରୋଧରେ ଥିଲେ | ସେ ସବୁବେଳେ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ପକ୍ଷପାତ କରୁଥିଲେ |

ଶକୁନି ସବୁବେଳେ ଭୁଲ କାମ ହିଁ କରୁଥିଲେ | ମହାଭାରତ ଅନୁଯାୟୀ ଶକୁନି ହସ୍ତୀନାପୁରରେ ଏକ ବଡ ପଦବୀ ମଧ୍ୟ ଚାହୁଁଥିଲେ | ସେଥିପାଇଁ ସେ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିଥିଲେ | ଶକୁନି ଦୁର୍ଯ୍ୟୋଧନଙ୍କୁ ନିଜ ଷଡଯନ୍ତ୍ରରେ ଫସାଇ ରଖିଥିଲେ |

ମହାଭାରତ ଅନୁଯାୟୀ, ଶକୁନିଙ୍କ ପିତାଙ୍କ ନାମ ରାଜା ସୁବଳ ଏବଂ ମାତାଙ୍କ ନାମ ସୁଧର୍ମା ଥିଲା | ରାଜା ସୁବଳ ଗାନ୍ଧାରର ରାଜା ଥିଲା | ଶକୁନିଙ୍କ ପତ୍ନୀଙ୍କ ନାଁ ଆରସି ଏବଂ ପୁତ୍ର ଉଲୁକ ଥିଲା | ଯୁଦ୍ଧ ପୂର୍ବରୁ କୌରବଙ୍କ ସନ୍ଦେଶ ଉଲୁକ ହିଁ ପାଣ୍ଡବଙ୍କୁ ଦେଇଥିଲେ | ଯୁଦ୍ଧରେ ସହଦେବ ବୀରତ୍ୱର ସହ ଯୁଦ୍ଧ କରି ଶକୁନି ଏବଂ ଉଲୁକଙ୍କୁ ଆହତ କରିଥିଲେ ଏବଂ ପରେ ଉଲୁକଙ୍କୁ ବଧ କରିଥିଲେ |

ନିଜ ପୁତ୍ରର ଶବ ଦେଖି ଶକୁନି ଦୁଃଖରେ ମ୍ରିୟମାଣ ହୋଇ ଯୁଦ୍ଧ ଛାଡି ପଳାୟନ କରିଥିଲେ | ସହଦେବ ଶକୁନିଙ୍କୁ ପିଛା କରି କାବୁ କରିବାରେ ସଫଳ ହୋଇଥିଲେ | ଆହତ ଶକୁନି ବହୁତ ସମୟ ଧରି ସହଦେବଙ୍କ ସହ ଯୁଦ୍ଧ କରିଥିଲେ | ଶେଷରେ ସହଦେବଙ୍କ ଦ୍ୱାରା ହିଁ ଶକୁନିଙ୍କ ଜୀବନ ଯାଇଥିଲା | ଯୁଦ୍ଧର ୧୮ ଦିନରେ ସହଦେବ ଶକୁନିଙ୍କୁ ବଧ କରିଥିଲେ | ଶକୁନିଙ୍କ ଅନ୍ୟ ଭାଇମାନେ ମଧ୍ୟ ଯୁଦ୍ଧ କରିଥିଲେ | ଶକୁନିଙ୍କ ଅନ୍ୟ ଭାଇମାନଙ୍କ ବଧ ଅର୍ଜୁନ କରିଥିଲେ |

   Related Posts