ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କା ଦାନ କଲେ ଗଣପତି ମଲ୍ଟିକମ୍ପେକ୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅନିଲ୍ କୁମାର ମହାନ୍ତି

Published By : Prameya-News7 Bureau | May 16, 2019 IST

ଭୁବନେଶ୍ୱର ୧୬/୫ : ବାତ୍ୟା ଫନି ପାଇଁ ଓଡିଶାରେ ଅନେକ କ୍ଷୟକ୍ଷତି ହୋଇଛି । ବିଶେଷକରି ଓଡିଶାର ୧୧ଟି ଜିଲ୍ଲା ପ୍ରଭାବିତ ହୋଇଛି । ୧୧ ଜିଲ୍ଲାର ୧୪ ହଜାର ଗାଁ ଫନିରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଲକ୍ଷ ଲକ୍ଷ ଲୋକ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି । 

{"id":112645}

ଏତେ କ୍ଷତି ସହି ମଧ୍ୟ ଓଡ଼ିଶାବାସୀ ହାରି ଯାଇନାହାନ୍ତି । ପରିସ୍ଥିତିର ମୁକାବିଲା କରିଛନ୍ତି ଏବଂ କରି ଆସୁଛନ୍ତି । ଓଡିଶାକୁ ପୁଣି ସୁନ୍ଦର ସୃଦୁଢ ଭାବେ ଗଢି ତୋଳିବାକୁ ଏକ ହୋଇଛନ୍ତି ଓଡ଼ିଶାବାସୀ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନେକ ସହାୟତାର ହାତ ମଧ୍ୟ ବଢ଼ାଇଛନ୍ତି । ନିଜ ସକ୍ଷମତୀ ଅନୁଯାୟୀ ଯିଏ ଯେତେ ପାରୁଛନ୍ତି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରୁଛନ୍ତି । ଗଣପତି ମଲ୍ଟିକମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଓ ହୋଟେଲ ଲକି ପେଲେସର ପରିଚାଳନା ନିର୍ଦ୍ଦେଶକ ଅନିଲ୍ କୁମାର ମହାନ୍ତି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କା ଦାନ କରିଛନ୍ତି ।

{"id":112648}

ଅନୀଲଙ୍କ ଏହି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.