ଗୃହରେ ସ୍ଥାପିତ କରନ୍ତୁ ଗଣେଶଙ୍କ ଏପରି ମୂର୍ତ୍ତି, ବୃଦ୍ଧି ହେବ ସୁଖ ସମୃଦ୍ଧି

Published By : Prameya-News7 Bureau | January 20, 2021 IST

ଭୁବନେଶ୍ୱର ୨୦/୦୧ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାରୁ କରାଯାଏ। ସେଥିଲାଗି ଗଣେଶ ଠାକୁରଙ୍କୁ ପ୍ରଥମ ପୂଜନୀୟ କୁହାଯାଏ। ଗୃହରେ ଗଣେଶଙ୍କ ମୂର୍ତ୍ତି ରଖି ପୂଜା କରିବା ଦ୍ୱାରା ଗୃହ ମଧ୍ୟରେ ସୁଖ-ସମୃଦ୍ଧି ଏବଂ ଖୁସିର ବାସ ହୋଇଥାଏ। ଗଣେଶଙ୍କ ମୂର୍ତ୍ତି କିଣିବା କେତେଗୁଡିଏ ବିଶେଷ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ।

ବାସ୍ତୁ ଅନୁସାରେ, ପ୍ରଥମ ପୂଜନୀୟ ଶ୍ରୀ ଗଣେଶଙ୍କ ମୂର୍ତ୍ତି ରବିବାର ଦିନ କିଣିବା ଉଚିତ୍। ଏଥିସହିତ ଧଳାରଙ୍ଗର ମୂର୍ତ୍ତି ଅତ୍ୟନ୍ତ ଶୁଭ ବୋଲି ଜଣାଯାଏ। ଏହାଦ୍ୱାରା ଗୃହରେ ଖୁସି ଆସିବା ସହ ସଫଳତାର ରାସ୍ତା ଖୋଲିଥାଏ।

{"id":395266,"sizeSlug":"large","linkDestination":"none"}

ବାସ୍ତୁ ଅନୁସାରେ ଗୃହର ବ୍ରହ୍ମ ସ୍ଥାନ ବା କେନ୍ଦ୍ର ଗଣପତି ଦେବଙ୍କର ବୋଲି କୁହାଯାଏ। ତେଣୁ ମୂର୍ତ୍ତିକୁ ସେହି ଦିଗରେ ରଖିବା ଉଚିତ୍। ଏହା ଛଡା ଗୃହର ପୂର୍ବ ଦିଗ ବା ଐଶାନ୍ୟ କୋଣରେ ମୂର୍ତ୍ତି ସ୍ଥାପନ କରିବା ଦ୍ୱାରା ଶୁଭ ହୋଇଥାଏ। କିନ୍ତୁ ଧ୍ୟାନ ଦେବେ  ଗଣେଶଙ୍କ ଶୁଣ୍ଢ ସର୍ବଦା ଯେପରି ଉତ୍ତର ଦିଗକୁ ରହୁଥିବ ଏବଂ ମୂର୍ତ୍ତି ଯେପରି ଦକ୍ଷିଣ ଦିଗକୁ ନରୁହେ।

ଗଣେଶଙ୍କ ମୂର୍ତ୍ତି ସବୁବେଳେ ଏମିତି କିଣିବେ ଯେଉଁଥିରେ ଭଗବାନ ହାତରେ ଲଡୁ ଧରିଥିବେ। ଏହାଦ୍ୱାରା ଅନ୍ନ ଏବଂ ଧନ ସହ ଜଡିତ ସମସ୍ୟା ଦୂରୀଭୂତ ହେବ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହେବ।

{"id":395269,"sizeSlug":"large","linkDestination":"none"}

ଗୃହରେ ନକାରାତ୍ମକତା ପ୍ରବେଶ ହେବା ଦ୍ୱାରା ହେଉଥିବା କାମ ବିଗଡି ଯାଏ। ଘରର ସଦସ୍ୟ ମାନଙ୍କ ଭିତରେ ବିବାଦ ଦେଖାଦେବା ସହ ରୋଗ ବ୍ୟାଧିର ଶିକାର ହୁଅନ୍ତି। ସେଥିଲାଗି ଗୃହରେ ଆମ୍ବ , କଦଳୀ ବା ନିମ ପତ୍ରର ଗଣେଶଙ୍କ ମୂର୍ତ୍ତି ରଖିବା ସୁଭ ବୋଲି କୁହା ଯାଏ। ଏହା ଦ୍ୱାରା ଗୃହରେ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତିରେ ବଦଳିଯାଏ।

ଗଣପତି ଦେବଙ୍କର ବାହାନ ମୂଷା ହୋଇଥାଏ। ମୂଷା ଥିବା ଗଣେଶଙ୍କ ମୂର୍ତ୍ତି ଘରେ ସ୍ଥାପିତ କରିବା ଶୁଭର ପ୍ରତୀକ ବୋଲି କୁହାଯାଏ। ଅନେକ ସମୟରେ ଗୃହରେ ବାସ୍ତୁ ଦୋଷ ଥିବା କାରଣରୁ ଜୀବନରେ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ। ସେଥିଲାଗି କ୍ରିଷ୍ଟାଲ୍ ରେ ନିର୍ମିତ ଗଣେଶଙ୍କ ମୂର୍ତ୍ତି ଗୃହରେ ସ୍ଥାପିନ କରିବା ଉଚିତ୍। ଏହା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଏଥିସହିତ ପ୍ରତ୍ୟେକ ଦିନ କ୍ରିଷ୍ଟାଲ୍ ର ଗଣେଶ ଏବଂ ଲକ୍ଷ୍ମୀ ମା' ଙ୍କୁ ପୂଜିବା ଦ୍ୱାରା ସୁଖ- ସମୃଦ୍ଧି ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.