ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ କାନ୍ଧରେ ବିରାଜମାନ ଭଗବାନ ଗଣେଶ: ଆକର୍ଷଣ କେନ୍ଦ୍ର ପାଲଟିଛି ମୂର୍ତ୍ତି

Published By : Prameya-News7 Bureau | September 10, 2021 IST

ଆଗ୍ରା ୧୦/୦୯ : ଶୁକ୍ରବାର ଦିନ ସାରା ଦେଶରେ ଗଣେଶ ପୂଜା ପାଳନ କରାଯାଉଛି। ଶୁକ୍ରବାରଠୁ ଗଣେଶ ପୂଜା ପର୍ବ ଆରମ୍ଭ ହୋଇଛି। ତାଜ ନଗରୀ ଆଗ୍ରାରେ ଏଥର ଗଣେଶ ଚତୁର୍ଥୀରେ ଭଗବାନ ଗଣେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ କାନ୍ଧରେ ବିରାଜମାନ ହୋଇଥିବା ନଜର ଆସିଛନ୍ତି। ତାଛଡା ଭଗବାନ ଶିବଙ୍କୁ ଗଣେଶ ଭ୍ୟାକସିନ ଦେଉଥିବା ନଜର ଆସିଛନ୍ତି। ମୋଦିଙ୍କ କାନ୍ଧରେ ବିରାଜମାନ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ଆଗ୍ରାର ମଧୁ ନଗର ଅଞ୍ଚଳରେ ରହୁଥିବା ଲୋକେଶ ରାବତ ଲୋକଙ୍କୁ ସଚେତନତା ସନ୍ଦେଶ ଦେଲା ଭଳି ଗଣେଶ ମୂର୍ତ୍ତି ତିଆରି କରିବାକୁ ଭଲପାଆନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ଲୋକେଶ ରାଉତ ଏତେ ପ୍ରଭାବିତ ଯେ ସେ ମୋଦିଙ୍କ କାନ୍ଧରେ ବିରାଜମାନ ଗଣେଶଙ୍କ ପ୍ରତିମା ତିଆରି କରିଛନ୍ତି। ଏହି ପ୍ରତିମା ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଛି। ଆଉ ଏକ ମୂର୍ତ୍ତିରେ ଗଣେଶ ହକି ଖେଳୁଥିବା ନଜର ଆସିଛନ୍ତି। ଅଲିମ୍ପିକରେ ୪୧ ବର୍ଷ ପରେ ପଦକ ଜିତିବା ପରେ ମୂର୍ତ୍ତିକାର ଲୋକେଶ ରାଉତ ହକିକୁ ପ୍ରୋତ୍ସାହନ ଦେଇ ଭଗବାନଙ୍କ ଏହିଭଳି ମୂର୍ତ୍ତି ତିଆରି କରିଛନ୍ତି।

ମାଟିରେ ତିଆରି ଇକୋ ଫ୍ରେଣ୍ଡଲି ମୂର୍ତ୍ତି ଯୋଗୁଁ ପରିବେଶ ସଂରକ୍ଷଣ ହେଉଛି। ମୂର୍ତ୍ତି ତିଆରି କରିବାକୁ ଗୁଜରାଟ ଭାବନଗରରୁ ମାଟି ଅଣାଯାଇଛି। ମାଟିରେ ପଞ୍ଚଗବ୍ୟ ମିଶାଇବା ପରେ ମାଟି ଉର୍ବର ହୋଇଯାଇଥାଏ। ଅନେକ ଲୋକ ଟଵ କିମ୍ବା ଅନ୍ୟ କୌଣସି ବଡ ପାତ୍ରରେ ମୂର୍ତ୍ତି ବିସର୍ଜନ କରିବା ପରେ ସେହି ମାଟିରେ ଗଛ ଲଗାଇଥାନ୍ତି। ଏହା ପରିବେଶ ସୁରକ୍ଷା ଦିଗରେ ଏକ ଉତ୍ତମ ପଦକ୍ଷେପ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.