Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଗର୍ଭବତୀ ମହିଳାଙ୍କ ସଂସ୍ପର୍ଶରେ ଆସି ୧୪ କରୋନା ସଂକ୍ରମିତ, ଗଣପତିନଗର ବସ୍ତିକୁ ସିଲ୍‌ କଲା ବିଏମ୍‌ସି

23/07/2020 at 10:13 AM

ଭୁବନେଶ୍ବର ୨୩।୦୭: ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ପାଖ ଗଣପତି ବସ୍ତିରେ ଏକାଥରକେ ୧୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବସ୍ତିର ଜଣେ ଗର୍ଭବତୀ ମହିଳାଙ୍କ ସଂସ୍ପର୍ଶରେ ଆସି ସମସ୍ତେ ସଂକ୍ରମିତ ହୋଇଛନ୍ତି । ଅଧିକାଂଶ ମହିଳାଙ୍କ ପାଖ ପଡୋଶୀ । ସଂକ୍ରମିତଙ୍କ ମଧ୍ୟରେ ଦୁଇ ଜଣ କୋଭିଡ୍‌ ସଚେତକ, ଜଣେ ଆଶା କର୍ମୀ ବି ଅଛନ୍ତି । କିଛି ଦିନ ତଳେ ଉକ୍ତ ଗର୍ଭବତୀ ମହିଳା ପଜିଟିଭ୍‌ ଆସିଥିଲେ । ସେ ପଜିଟିଭ୍‌ ଆସିବା ପରେ ତାଙ୍କୁ ଆମ୍ବଲାନ୍ସରେ ନେବାକୁ କୋଭିଡ୍‌ ସଚେତକ ଓ ଆଶା କର୍ମୀ ଯାଇଥିଲେ । ସେଠାରୁ ସେମାନେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ତାଙ୍କ ସ୍ୱାମୀ ଶ୍ରମିକ ଭାବେ କାମ କରନ୍ତି । ତେବେ ସେ କେମିତି ସଂକ୍ରମିତ ହେଲେ ତାହା ଜଣାପଡୁନି । ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି ।

ବସ୍ତିରୁ ଏତେ ସଂଖ୍ୟାରେ ପଜିଟିଭ୍‌ ବାହାରିବା ପରେ ବିଏମସି ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି । ପୂରା ଅଞ୍ଚଳକୁ ସିଲ୍‌ କରାଯାଇଛି । ବୈରାଗୀ ଚରଣ ମିଶନରୁ ତାରିଣୀ ମନ୍ଦିର, ତାରିଣୀ ମନ୍ଦିରରୁ ହାଟ ଦେଇ ଅନ୍ନପୂର୍ଣ୍ଣା ମଣ୍ଡପ ଏବଂ ଅନ୍ନପୂର୍ଣ୍ଣା ମଣ୍ଡପଠାରୁ ପ୍ଲଟ୍‌ ନଂ ୬/୨ ଦେଇ ବୈରାଗୀ ଚରଣ ମିଶନ ଯାଏ ରାସ୍ତାକୁ ବିଏମସି ସିଲ୍‌ କରିଛି । ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ବେସରକାରୀ ଅଫିସ୍‌ ବନ୍ଦ ରହିବ । ସମସ୍ତ ଲୋକେ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍‌ରେ ରହିବେ । ବିଏମ୍‌ସି ଏଠାରେ ଜରୁରୀ ସାମଗ୍ରୀ ଯୋଗାଇବ । ବସ୍ତିବାସିନ୍ଦା ୧୯୨୯କୁ ଫୋନ୍‌ କରି ନିଜ ସମସ୍ୟା ଓ ଅଭିଯୋଗ ଜଣାଇ ପାରିବେ ।

   Related Posts