ଆଜି ଗଣକବି ବୈଷ୍ଣବ ପାଣିଙ୍କ ଜନ୍ମ ଜୟନ୍ତୀ

Published By : Prameya-News7 Bureau | October 24, 2018 IST

ଭୁବନେଶ୍ବର ୨୪|୧୦:  ଆଜି ଗଣକବି ବୈଷ୍ଣବ ପାଣିଙ୍କ ଜନ୍ମ ଜୟନ୍ତୀ । ସେ ଏକାଧାରରେ ଜଣେ କବି, ଲେଖକ, ଅଭିନେତା, ନାଟ୍ୟକାର ଓ ସମାଜ ସଂସ୍କାରକ । ତାଙ୍କର ସରଳ ଭାଷାରେ ଲେଖା ଶୈଳୀ ସବୁ ସ୍ତରର ଲୋକଙ୍କ ମନକୁ ଛୁଇଁ ପାରିଥିଲା । ସମାଜରେ ସଂସ୍କାର ଆଣିବା ପାଇଁ ସେ ସଂସ୍କାର ଧର୍ମୀ ବହୁ ଗୀତିନାଟ୍ୟ, କବିତା, ସୁଆଙ୍ଗମାନ ରଚନା କରିଛନ୍ତି । ଭଜନ ମାଧ୍ୟମରେ ଜଗନ୍ନାଥ ପ୍ରେମୀଙ୍କୁ ଏକ ସୁତ୍ରରେ ବାନ୍ଧି ରଖିବାର କ୍ଷମତା ତାଙ୍କର ଥିଲା । କେବଳ ସେତିକି ନୁହେଁ ସମାଜରେ ସଂସ୍କାର ଆଣିବାକୁ ସେ ନିଜେ ବ୍ରାହ୍ମଣ ହୋଇ ରଜକ ଜାତିର କନ୍ୟାକୁ ନିଜ ପତ୍ନୀ ଭାବରେ ଗ୍ରହଣ କରିଥିଲେ । ସେ କଟକ ଜିଲ୍ଲା ମାହାଙ୍ଗା କୋଠପଦା ଗାଁରେ ଜନ୍ମ ଗ୍ରହଣ କରିଥିଲେ । ତେବେ ତାଙ୍କର ଶେଷ ଜୀବନ ବହୁତ ଦୁଃଖମୟ ଥିଲା । କଟକରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ମୃତଦେହକୁ କିଛି ସାହିତ୍ୟପ୍ରେମୀ ଠେଲା ଗାଡିରେ ନେଇ ଦାହ କରିଥିଲେ । ଯାହା ଆମ ଓଡିଆ ଜାତି ପାଇଁ ବିଡମ୍ବନାର ବିଷୟ । ସମୟ ଥିଲା ଗୀତିନାଟ୍ୟ କହିଲେ ବୈଷ୍ଣବ ପାଣିଙ୍କୁ ବୁଝାଉଥିଲା । ହେଲେ ଏବେର ପିଲାମାନଙ୍କ ମଧ୍ୟରେ ତାଙ୍କ ଗୀତିନାଟ୍ୟ ପ୍ରତି ଆକର୍ଷଣ କମୁଛି । ଏଦିଗରେ ସମସ୍ତେ ପ୍ରୟାସ କଲେ ତାଙ୍କ ଗୀତିନାଟ୍ୟ ବଞ୍ଚିବା ସହ ସ୍ମୃତି ରକ୍ଷା ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.