ମାତୃଭୂମି ପାଇଁ ଧାମନଗରରେ ଗଣ ଦୌଡ଼

Published By : Prameya-News7 Bureau | April 04, 2021 IST

ଭଦ୍ରକ ୪/୪: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟ ରେ ମାତୃଭୂମି ପାଇଁ ଏକ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡ ଧାମନଗର ଜୟନଗର ଛକ ଠାରୁ ଆରମ୍ଭ ହୋଇ ଦକ୍ଷିଣ ବାଡ଼ ଛକ ହନୁମାନ ମନ୍ଦିରପର୍ଯ୍ୟନ୍ତ ହୋଇଥିଲା । ତେବେ ଏହି ଗଣଦୌଡରେ ଧାମନଗର ଅଞ୍ଚଳର ଶତାଧିକ ରାମଭକ୍ତ ମାନେ ସାମିଲ୍ ହୋଇଥିଲେ । ଜୟଶ୍ରୀରାମ ଜୟଶ୍ରୀମରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଧାମନଗର ଅଞ୍ଚଳ । ତେବେ ଗଣ ଦୌଡ ପାଇଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ଗଣ ଦୌଡ଼ ସମୟରେ କୋଭିଡ଼ର ନିୟମାବଳୀ କୁ ମାନି ସମସ୍ତେ ଅଂଶଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.