ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ
7/01/2021 at 10:32 PM

କୁଚିଣ୍ଡା୭/୧: ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ସୋମବାର ଦିନ ୧୦ଟା ସମୟରେ ଜଣେ ୪୦ ବର୍ଷୀୟ ମହିଳା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଜଙ୍ଗଲିଆ ରାସ୍ତା ଦେଇ ନିଜ ଘରକୁ ଫେରିବା ବେଳେ ଗାଁ ନିକଟରେ ଦୁଇଜଣ ବ୍ୟକ୍ତି ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ।
ତେବେ ପୀଡିତା ଘରକୁ ଫେରିବା ପରେ କାହାକୁ କିଛି କହି ନଥିଲେ। ତେବେ ତାଙ୍କ ଦେହ ଖରାପ ହେବାରୁ ବାଧ୍ୟ ହୋଇ ପରିବାର ଲୋକଙ୍କୁ କହିବାରୁ ପରିବାର ଲୋକ ତାଙ୍କୁ ପ୍ରଥମେ କୁଚିଣ୍ଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପୀଡିତା ସେଠାରେ ସତ କଥା କହିଥିଲେ, ତେବେ କାଲି ପରିବାର ପକ୍ଷରୁ କୁଚିଣ୍ଡା ଥାନାରେ ଅଭିଯୋଗ ପରେ ଆଜି ତଦନ୍ତ କରି ୨ ଜଣଙ୍କୁ ଗିରଫ କରିଛି।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021