Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଇତିହାସରେ ବିଲ୍ଲିନ ହେବେ କାଶୀ ବିଶ୍ୱନାଥଙ୍କ ବିବାହୋତ୍ସବର ‘ଗଣ’ ବରଯାତ୍ରୀ

20/01/2020 at 6:05 PM

କାଶୀ : ଶିବଙ୍କ ନଗରୀ କାଶୀରେ ସବୁ ବର୍ଷ ମହାଶିବରାତ୍ରୀ ଓ ରଙ୍ଗଭରୀ ଏକାଦଶୀ ପର୍ବ ଧୁମଧାମରେ ପାଳିତ ହେବ। ତେବେ ଏହି ଅବସରରେ ଶହଶହ ବର୍ଷରୁ ନିର୍ବାହ ହୋଇ ଆସୁଥିବା ଏକ ପରମ୍ପରା ଚଳିତବର୍ଷ ଶେଷ ଥର ଅନୁଷ୍ଠିତ ହେବ। ମହାଶିବରାତ୍ରୀରେ ଭୋଳାନାଥଙ୍କ ବିବାହ ଠାରୁ ଆରମ୍ଭ କରି ରଙ୍ଗଭରି ଏକାଦଶୀରେ ବାହାରୁଥିବା ଗଣ ବରଯାତ୍ରୀ ଏବେ ଇତିହାସରେ ବିଲ୍ଲିନ ହେବେ। ତେବେ ଆସନ୍ତୁ ଜାଣିବା କାହିଁକି ବନ୍ଦ ହେବ ପ୍ରଥା।

କାଶୀ ବିଶ୍ୱନାଥ ମନ୍ଦିରରୁ ଗଙ୍ଗା କୂଳ ପର୍ଯ୍ୟନ୍ତ ୫୦ ହଜାର ବର୍ଗମିଟର ପରିମିତ ଅଞ୍ଚଳରେ ଏବେ କାଶୀ ବିଶ୍ୱନାଥ ଧାମ (କରିଡର) ନିର୍ମାଣ ହେବ। ଏଥିରେ ମନ୍ଦିରର ମହନ୍ତ ଡ.କୂଳପତି ତିୱାରୀଙ୍କ ସେହି ଘରଟି ବି ରହିଛି ଯେଉଁଠି ବାବାଙ୍କ ବିବାହ ଲାଗି ଗଣ ବରଯାତ୍ରୀଙ୍କ ସ୍ୱାଗତ ପରମ୍ପରା ନିର୍ବାହ ହୋଇଥାଏ। ଗତ ୩ଶହ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଏଠାରେ ଏହି ପରମ୍ପରା ନିର୍ବାହ ହୋଇଆସୁଥିଲା। ଏହି ପୌରାଣିକ ଭବନଟି ମାତା ଗୌରାଙ୍କ ନାମରେ ନାମିତ ରହିଛି। ତେବେ ମନ୍ଦିର ପ୍ରଶାସନ କରିଡର ନିର୍ମାଣ ଲାଗି ଏହି ଭବନଟି କ୍ରୟ କରିନେଇଥିବା ବେଳେ ଏହାକୁ ଖାଲି କରିବା ଲାଗି ରଙ୍ଗଭରି ଏକାଦଶୀ ଦିନକୁ ଶେଷ ସମୟ ଧାର୍ଯ୍ୟ କରିଛନ୍ତି।

ଏଠାରେ ଭକ୍ତଙ୍କ ସହ ହୋଲି ଖେଳୁଥିଲେ ବାବ
ଏହି ପୌରାଣିକ ଭବନରେ କେବଳ ବାବାଙ୍କ ବିବାହ ଶୋଭାଯାତ୍ରାର ବରଯାତ୍ରୀଙ୍କୁ ସ୍ୱାଗତ କରାଯାଉନଥିଲା,  ଏଠାରେ ବାବା ବିଶ୍ୱନାଥ ସ୍ୱୟଂ ଭକ୍ତଙ୍କ ସହ ହୋରି ମଧ୍ୟ ଖେଳୁଥିଲେ। ଏହା ଛଡା ରାକ୍ଷୀ ପୂର୍ଣ୍ଣିମାରେ ଏଠାରେ ବାବାଙ୍କୁ ଝୁଲା ଝୁଲେଇବା ସହ ଅନ୍ନକୁଟ ଭୋଗ ପରମ୍ପରା ଆଦି ମଧ୍ୟ ନିର୍ବାହ ହେଉଥିଲା। ତେବେ କରିଡୋର ନିର୍ମାଣ ଲାଗି ଭବନଟି ଭାଙ୍ଗି ଦିଆଯିବ ବୋଲି ଜଣାପଡିଛି। ଏଣୁ ବାବାଙ୍କ ଏହି ସବୁ ରିତିନୀତି ମଧ୍ୟ ଇତିହାସ ହୋଇଯିବ।

ଏଥର ପ୍ରଧାନମନ୍ତ୍ରୀଙ୍କୁ କରାଯିବ ନିମନ୍ତ୍ରଣ
ଯେହେତୁ କାଶୀ ବିଶ୍ୱନାଥଙ୍କ କେତେକ ପ୍ରଥା ଓ ପରମ୍ପରା ବାଧିତ ହେବାକୁ ଯାଉଛି ତେହେତୁ ଚଳିତବର୍ଷ ଶେଷ ହେଉଥିବା ପରମ୍ପରାଗୁଡିକୁ ଏଠାରେ ଧୁମଧାମରେ ନିର୍ବାହ କରାଯିବ ବୋଲି କହିଛନ୍ତି ମନ୍ଦିରର ମହନ୍ତ ଡ.କୂଳପତି ତିୱାରୀ। ଏଣୁ ବିଶ୍ୱନାଥଙ୍କ ବିବାହୋତ୍ସବରେ ଯୋଗଦେବାକୁ ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କୁ ବି ଆମନ୍ତ୍ରିତ କରାଯିବ ବୋଲି କହିଛନ୍ତି।

ପଞ୍ଚମୁଖୀ ପ୍ରତିମାଙ୍କୁ ମିଳିବ ସ୍ଥାନ
ମହାଶିବରାତ୍ରୀରେ ବାବାଙ୍କ ପଞ୍ଚମୁଖୀ ପ୍ରତିମା ଓ ଗଣ ବରଯାତ୍ରୀରେ ଶିବ ପରିବାରଙ୍କୁ ରୂପା ପାଲିଙ୍କିରେ ଦର୍ଶନ ମିଳିଥାଏ। ତେବେ ପଞ୍ଚମୁଖୀ ପ୍ରତିମାଙ୍କ ନିବାସ ଲାଗି ମହନ୍ତ ଡ. ତିୱାରୀ କରିଥିବା ଦାବିକୁ ମନ୍ଦିର ପ୍ରଶାସନ ସ୍ୱୀକାର କରିଛନ୍ତି। ତେବେ ଏ ନେଇ  ଏପର୍ଯ୍ୟନ୍ତ ସହମତି ପତ୍ର ପ୍ରଦାନ କରିନାହାନ୍ତି।

   Related Posts