ଗେମ୍ ନିଶାରେ ପଡ଼ିଥିବା ଫ୍ୟାଶନ୍ ଡିଜାଇନିଙ୍ଗ ଛାତ୍ରୀ କଲେ ଆତ୍ମହତ୍ୟା

Published By : Prameya-News7 Bureau | December 16, 2019 IST

ଚଣ୍ଡିଗଡ଼ ୧୬/୧୨: ଏବେ ଯୁବପୀଢ଼ିଙ୍କ ମଧ୍ୟରେ ଗେମ୍ ନିଶା ଏତେ ଘାରିଛି ଯେ ସେମାନେ ମାନସିକ ଅବସାଦଗ୍ରସ୍ତ ହୋଇଯାଉଛନ୍ତି। ଏପରି ଏକ ମାମଲା ରବିବାର ସକାଳେ ଘଟିଛି। ଫ୍ୟାଶନ ଡିଜାଇନିଙ୍ଗର ଛାତ୍ରୀ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। କିଛି ସୁଇସାଇଡ ନୋଟ୍ ମିଳିନାହିଁ। ଏହା ବ୍ଲୁ ହ୍ବେଲ୍ ଗେମ୍ ଭଳି ଘଟଣା କି ଏହା ପଛରେ ଆଉ କୌଣସି କାରଣ ରହିଛି ଏନେଇ ପୋଲିସ୍ ତଦନ୍ତ କରୁଛି।

ସେକ୍ଟର-୧୯ର ଘର ନମ୍ବର ୩୨୬୩ରେ କୁଲ୍ଲୁ ବାସିନ୍ଦା ଛାତ୍ରୀ ଅସ୍ମିତା ରହୁଥିଲେ। ସେ ଏକ ଇନଷ୍ଟିଚ୍ୟୁଟରେ ଫ୍ୟାଶନ ଡିଜାଇନିଙ୍ଗ କୋର୍ସ କରୁଥିଲେ।

ସୂଚନାଯୋଗ୍ୟ ସକାଳ ୧୧ଟାରେ ଅସ୍ମିତା ଫୋନ୍ ନ ଉଠାଇବାରୁ ତାଙ୍କ ସାଙ୍ଗମାନେ ଦେଖା କରିବାକୁ ଘରକୁ ଆସିଥିଲେ। ଘର ଭିତରୁ ବନ୍ଦ ଥିଲା ଏବଂ କେହି କବାଟ ଖୋଲିନଥିଲେ। ଏହା ପରେ ସେମାନେ ଝରକାରେ ଅସ୍ମିତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

ପୋଲିସ୍ କବାଟ ଭାଙ୍ଗି ଅସ୍ମିତାଙ୍କୁ ତଳକୁ ଓହ୍ଲାଇଥିଲେ। ଅସ୍ମିତାଙ୍କ ସାଙ୍ଗମାନେ କହିଥିଲେ ଯେ ଅସ୍ମିତା ଗତ ୪ମାସରୁ ଘରୁ ବହୁତ କମ୍ ବାହାରୁଥିଲେ। ସେ ସବୁବେଳେ ଫୋନରେ ଫ୍ରି ଫାୟର ଅନଲାଇନ୍ ଗେମ୍ ଖେଳୁଥିଲେ। ଗତ ଶନିବାର ସେମାନେ ଅସ୍ମିତାଙ୍କୁ ଦେଖା କରିବାକୁ ଯାଇଥିଲେ । କିନ୍ତୁ ସେ ଗେମ୍ ଖେଳୁଥିବାବେଳେ ତାଙ୍କୁ ଡିଷ୍ଟର୍ବ ନକରିବାକୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.