Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||

ପୁରୀରେ କିଭଳି ଥାନାଠାରୁ ୫୦ମିଟର ଦୂରରେ ଚାଲିଛି ଜୁଆ ଆଡ୍ଡା ଦେଖନ୍ତୁ ଭିଡିଓ

29/10/2019 at 5:09 PM

ପୁରୀ ୨୯।୧୦:  ପୁରୀ ଚନ୍ଦନପୁରଠାରେ ଚାଲିଛି ଖୁଲମଖୁଲା ଜୁଆ ଖେଳ। ଚନ୍ଦନପୁର ବଜାର ଦେଇଯାଇଥିବା ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କଡ଼ରେ ଚାଲିଛି ଏଭଳି ଜୁଆ ଆଡ୍ଡା। ଥାନାର ୫୦ ମିଟର ଦୂର ଏବଂ ବଜାର ଉପରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରେ ଚାଲିଛି ଏଭଳି ଅପରାଧିକ ଖେଳ। ଯାହାର ଏକ୍ସକ୍ଲୁସିଭ ଲାଇଭ୍ ଭିଜୁଆଲ୍ ଲାଗିଛି ନ୍ୟୁଜ୍ ସେଭେନ ହାତରେ ।

ଯୁବକ ଜଣଙ୍କ କୋଳରେ ପୁଳା ପୁଳା ଟଙ୍କା ଧରି ବସିଥିବା ବେଳେ ହାତରେ ଗଣୁଛନ୍ତି ଥୋକା ଥୋକା ଟଙ୍କା। ଚତୁପାର୍ଶ୍ୱରେ ଏହି ଯୁବକମାନେ ହାତରେ ପୁଳା ପୁଳା ଟଙ୍କା ଧରି ଜୁଆ ପାଲିରେ ଲଗାଉଥିବା ଏବଂ ଟଙ୍କା ଦିଅ ଟଙ୍କା ନିଅର କୋଳାହଳରେ ଅଂଚଳ ପ୍ରକମ୍ପିତ ହେଉଥିବା ଏହି ଭିଜୁଆଲରୁ ଜଣାପଡ଼େ।

ପ୍ରତିଦିନ ସନ୍ଧ୍ୟା ସମୟରେ ପଡ଼ିଯାଏ ଏହି ଜୁଆ ପାଲି। ଜଣେ ନୁହେଁ କି ଦୁଇଜଣ ନୁହେଁ ପ୍ରାୟ ୫୦ରୁ ୬୦ ଜଣ ଖେଳୁଛନ୍ତି ଏହି ଜୁଆଖେଳ। ଏତେବଡ଼ କୋଳାହଳ ଭିତରେ ଥାନାରେ ବସିଥିବା ଥାନା ଅଧିକାରୀଙ୍କ କାନରେ ମଧ୍ୟ ବାଜୁନାହିଁ ଏହି ଶଦ୍ଦ। ତେବେ ସବୁ ଜାଣି ମଧ୍ୟ ପୋଲିସ କଣ ପାଇଁ ଚୁପ୍ ବସିଛି ସେନେଇ ସାଧାରଣରେ ପ୍ରଶ୍ନ। ଆଉ ଏଭଳି ଖେଳରେ ଯୁବପିଢ଼ୀଙ୍କ ଉପରେ କୁପ୍ରଭାବ ପଡ଼ୁଥିବା ବେଳେ ଏହାର ଆଖ ପାଖରେ ଖେଳୁଥିବା ଛୋଟ ଛୋଟ ଛୁଆଙ୍କର ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନବାଚୀ।

   Related Posts