ମେଡିକାଲ ମୋବାଇଲ୍ ଭ୍ୟାନ୍‌ରେ ଚାଲିଛି ଜୁଆ ଖେଳ, ଭାଇରାଲ୍ ହେଲା ଭିଡିଓ

Published By : Prameya-News7 Bureau | July 30, 2019 IST

ରାୟଗଡା ୩୦|୭: ମେଡିକାଲ ମୋବାଇଲ୍ ଭ୍ୟାନ୍‌ରେ ଜୁଆ ଖେଳ । ଖୋଦ୍ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଜୁଆ ଖେଳୁଛନ୍ତି । ରାୟଗଡା ଜିଲ୍ଲା ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଗାଡ଼ିରେ ଜୁଆ ଖେଳ ଭିଡିଓ ଏବେ ଭାଇରାଲ୍ ହୋଇଛି । ଭିଡିଓରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ମୋବାଇଲ୍ ଭ୍ୟାନରେ ବସି ଜୁଆ ଖେଳୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି ।

{"id":138995}

ସେପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଏ ବାବଦରେ ସିଡିଏମ୍ଓଙ୍କୁ ରିପୋର୍ଟ ମଗାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.