ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୬ ଗିରଫ

Published By : Prameya-News7 Bureau | January 28, 2020 IST

ନୟାଗଡ ୨୮।୧: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଦୁଆରଗାଁ ଜୁଆ ଆଡ୍ଡାରେ ପୋଲିସର ଚଢାଉ । ୬ଜଣଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ କାର୍, ୧୫ହଜାର ଟଙ୍କା ଓ ୮ଟି ମୋବାଇଲ ଜବତ ହୋଇଛି ।

{"id":216883,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଦଶପଲ୍ଲା ପୋଲିସ ଏହି ଗାଁ ନିକଟରେ ଚାଲିଥିବା ଜୁଆଆଡ୍ଡାରେ ଚଢାଉ କରିଥିଲା । ଘଟଣାସ୍ଥଳରୁ ୪ଜଣ ଫେରାର ହୋଇଯାଇଥିବା ବେଳେ ୬ଜଣଙ୍କୁ ପୋଲିସ ଗିରଫ କରିଥିଲା ।

{"id":216884,"sizeSlug":"large"}

ସେମାନଙ୍କ ନିକଟରୁ ୧୫ହଜାର ଟଙ୍କା ଓ ଗୋଟିଏ ଦାମୀ କାର ଜବତ କରିଛି ପୋଲିସ । ଫେରାରମାନଙ୍କୁ ଅତିଶୀଘ୍ର ଧରାଯିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.