Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପ୍ୟାଲେସ୍‌ରେ ଚାଲିଥିଲା ଜୁଆ ଓ ଦେହ ବ୍ୟବସାୟ: ୧୦ ମହିଳା ସମେତ ୭୦ ଜଣ ଗିରଫ

1/02/2021 at 3:49 PM

ପଟିଆଲା ୦୧/୦୨ : ପଟିଆଲା ବନୁଡର ଏକ ପ୍ୟାଲେସରେ ଜୁଆ ଓ ଦେହ ବ୍ୟବସାୟ ଅଡ୍ଡାର ପର୍ଦାଫାଶ ହୋଇଛି। ସେଠାରୁ ୧୦ ମହିଳାଙ୍କ ସମେତ ୭୦ ଜଣଙ୍କୁ ଗିରଫ କରାଯାଇଛି। ଅର୍ଗାନାଇଜ୍ଡ କ୍ରାଇମ କଣ୍ଟ୍ରୋଲ ୟୁନିଟ (Organized Crime Control Unit) ରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାଲେସ୍ ମାଲିକ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଜୁଆ, ମନପସନ୍ଦ ଭୋଜନ ସହ ମହିଳାମାନଙ୍କ ଦ୍ୱାରା ଦେହ ବ୍ୟବସାୟ କରୁଥିଲା। ଏସପି କହିଛନ୍ତି ଯେ ଗିରଫ ମହିଳା କେଉଁଠାରୁ ଆସିଛନ୍ତି ତାହା ଜଣାପଡିନାହିଁ, ତଦନ୍ତ ଜାରି ରହିଛି। ତେବେ ଏହି ମହିଳାମାନଙ୍କୁ ଋଷ, ନାଗଲ୍ୟାଣ୍ଡ ଓ ନେପାଳରୁ ପଞ୍ଜାବକୁ ଅଣାଯାଇଛି ବୋଲି କୁହାଯାଉଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଯାଞ୍ଚ ଟିମରେ ପାଖାପାଖି ୪୦ ଅଧିକାରୀ ଓ ପୋଲିସକର୍ମୀ ଅଛନ୍ତି। ପୋଲିସ ଅଧିକାରୀ ମଧ୍ୟରେ ଡିଏସପି ବଭିର କୁମାର, ଡିଏସପି ଗୁରୁବିନ୍ଦର ସିଂହ, ରାଜପୁରା ସିଟି ଥାନା ପ୍ରଭାରୀ ଗୁରୁପ୍ରତାପ ସିଂହ ଓ ଏସଆଇ ଅଭିଷେକ ଶର୍ମା ସାମିଲ ଅଛନ୍ତି। ଏହି ପ୍ୟାଲେସ ବନୁଡ ଥାନାରୁ ପାଖାପାଖି ଦେଢ଼ କିଲୋମିଟର ଦୂର। ସପ୍ତାହକୁ ୩ଦିନ ଏଠାରେ ଗୋରଖ ଧନ୍ଦା ଚାଲୁଥିଲା। ମୁଖ୍ୟ ଛକରେ ଦିନ ସାରା ଟ୍ରାଫିକ ପୋଲିସ ଓ ରାତିରେ ଥାନା ପୋଲିସର ନାକା ଲାଗିଥାଏ। ଏହିଭଳି ସ୍ଥିତିରେ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି।

ଚଢ଼ଉ ବେଳେ ଜୁଆ ଅଡ୍ଡାରୁ ପୋଲିସ ୮ କୋଟି ଟଙ୍କାର କାରବାରର ଖୁଲାସା କରିଛି। ପ୍ୟାଲେସ ସିଲ କରାଯାଇଛି। ଗହନତାର ସହ ସବୁ ରେକର୍ଡ ଯାଞ୍ଚ ହେଉଛି। ରେକର୍ଡରେ ୮-୮ କୋଟି ଟଙ୍କାର ୨ଟି, ୭ କୋଟିର ଗୋଟିଏ, ୫ କୋଟିର ଗୋଟିଏ ଓ ୨ରୁ ଅଢେଇ କୋଟିର ଅନ୍ୟ ଏଣ୍ଟ୍ରି ସାମିଲ ଅଛି। ପୋଲିସ ରିଙ୍କୁ ମେହତା ନାମକ ଜଣେ ଯୁବକକୁ ଗିରଫ କରିଛି। ବଡ ବଡ ରାଜନେତା ଓ ପୋଲିସ ଅଧିକାରୀଙ୍କ ସହ ତାର ସମ୍ବନ୍ଧ ଥିବା କୁହାଯାଉଛି। 

ସୂଚନାଯୋଗ୍ୟ ଯେ, ଚଣ୍ଡୀଗଡ଼ ସୀମା ନିକଟସ୍ଥ ଜିରକପୁର ଓ ରାଜପୁରା ଅଞ୍ଚଳ ଜୁଆ ଓ ସଟ୍ଟାର ପେଣ୍ଠସ୍ଥଳୀ। ମ୍ୟାଚ ସମୟରେ ଏଠାରେ ସଟ୍ଟା ଲଗାଯାଏ। ନିର୍ବାଚନ ସମୟରେ ଅବୈଧ ମଦ ବିକ୍ରି ଓ ଜୁଆ ଆଦି କାରବାର ହୋଇଥାଏ।

   Related Posts